ଦେଶ- ବିଦେଶ

ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ପାଦ ତଳୁ ମାଟି ଖସିଯିବ

। ସୂଚନା ଅନୁସାରେ ଜଳ ହିଁ ଜୀବନ ହୋଇଥାଏ । ସମସ୍ତ ସଜୀବ ଜଳ ବିନା ବଞ୍ଚିପାରିବେ ନାହିଁ । ଆମ ଶରୀର ପାଇଁ ଜଳ ଭୂମିକା ଅତ୍ୟନ୍ତ ହିଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ ସକାଳେ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀରରେ କଣ ସବୁ ଫାଇଦା ହୋଇଥାଏ । ବହୁତ ଲୋକ ଅଛନ୍ତି ଯେଉଁ ମାନେ ସକାଳେ ବିଛଣାରୁ ଉଠି ପ୍ରଥମେ ନିଜର ମୁହଁ ଧୋଇଥାନ୍ତି । ତାପରେ ଖାଦ୍ୟ, ପାଣି ସେବନ କରିଥାନ୍ତି । ଯଦି ଆପଣ ସକାଳୁ ଉଠି ଅଧୂଆ ମୁହଁରେ ପାଣି ପିଇଥାନ୍ତି ।

 

ଏପରି କରିବା ଦ୍ଵାରା ଶରୀରରେ ଅନେକ ପ୍ରକାର ରୋଗ ଭଲ ହୋଇଯାଇଥାଏ । କାରଣ ଯେତେବେଳେ ଆମେ ଶୋଇକି ଉଠିଥାଉ । ସେତେବେଳେ ଆମ ମୁହଁରେ ଯେଉଁ ଏକ ପ୍ରକାର ଲାଳ ଥାଏ । ଆମେ ଯଦି ମୁହଁ ନଧୋଇ ପାଣିର ସେବନ କରିଥାଉ । ତେବେ ସେହି ଲାଳ ପେଟକୁ ଯାଇ ଶରୀରର ଅନେକ ଉପକାର କରିଥାଏ ।

ସକାଳୁ ଉଠି ଅଧୂଆ ମୁହଁରେ ପାଣିର ସେବନ କରିବା ଦ୍ଵାରା ପେଟ ଜନିତ ସମସ୍ତ ସମସ୍ଯା ଗାଏବ୍ ହୋଇଯାଇଥାଏ । ପେଟର ଡାଇଜେସନ ପାୱାର ମଧ୍ୟ ବଢିଯାଇଥାଏ । ଯେଉଁ ମାନଙ୍କର କୋଷ୍ଟ କାଠିନ୍ୟ ଭଳି ସମସ୍ଯା ରହୁଥାଏ । ସେମାନେ ନିହାତି ଭାବରେ ବାସି ମୁହଁରେ ପାଣି ପିଇବା ଉଚିତ ।

 

ଗ୍ଯାସ ସମସ୍ଯା ଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ବାସି ମୁହଁରେ ପାଣି ପିଇବା ନିହା ଦରକାର ହୋଇଥାଏ । ଯେଉଁ ମାନଙ୍କର ମୁହଁରେ ବ୍ରଣ ସମସ୍ଯା ରହୁଥାଏ । ସେମାନେ ଯଦି ବାସି ମୁହଁରେ ପାଣି ପିଅନ୍ତି  ତେବେ ବ୍ରଣ ଭଲ ହେବା ସହ ମୁହଁର ଦାଗ ଦୂର ହୋଇ ଚେହେରାରେ ଏକ ନୂତନ ପ୍ରକାର ଚମକ ଆସିବ । ଯଦି ଆପଣ ସକାଳୁ ଉଠି ମୁହଁ ନଧୋଇ ବାସି ମୁହଁରେ ଜଳ ସେବନ କରୁଛନ୍ତି ।

ତେବେ ଆଣ୍ଠୁ ଗଣ୍ଠି ସମସ୍ଯା ମଧ୍ୟ ଦେଖିବାକୁ ମିଳିନଥାଏ । ରାତିରେ ଶୋଇବା ପୂର୍ବରୁ ପାଣି ପିଇକି ଶୋଇବା ମଧ୍ୟ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଯେଉଁ ମାନେ ରାତ୍ରିରେ ଶୋଇବାର ପୂର୍ବରୁ ଏକ ଗ୍ଲାସ ପାଣି ପିଇକି ଶୋଇଥାନ୍ତି । ସେମାନଙ୍କର ହାର୍ଟକୁ ନେଇ କୌଣସି ସମସ୍ଯା ଆସିବାର ସମ୍ଭାବନା ନଥାଏ ।

ଏହା ସହିତ ଜୀବନ ସାରା କେବେ ମଧ୍ୟ ହୃଦଘାତ ହେବାର ଡର ଆପଣଙ୍କ ପାଖରେ ରହିବ ନାହିଁ । ଯଦି ଆପଣ ନିୟମିତ ବାସି ମୁହଁ ନଧୋଇ ବାସି ମୁହଁରେ ପାଣି ପିଇଥାନ୍ତି । ତେବେ ଆପଣ ବହୁ ମାତ୍ରାରେ ନିରୋଗ ରହିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button