ଦୁଷ୍କର୍ମକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ବିଷ ପାଇଲେ ପୀଡ଼ିତା

ନୂଆଦିଲ୍ଲୀ: ରାଜସ୍ଥାନର କୋଟା ଜିଲ୍ଲାର ନୟାପୁରା ଥାନା ଅଞ୍ଚଳରେ ଜଣେ ମହିଳା କନଷ୍ଟେବଳଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଦୁଷ୍କର୍ମକାରୀ କନଷ୍ଟେବଳ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ପୀଡ଼ିତା ନିରାଶ ହୋଇ ବିଷ ପିଇ ଜୀବନ ହାରି ଦେବାକୁ ଉଦ୍ୟମ କରିଥିଲେ ।
ଏହାପରେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଚିକିତ୍ସା ପରେ ସେ ବିପଦମୁକ୍ତ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି ।
ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିଭାଗ ତତ୍ପରତା ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣାରେ ସାମିଲ ଥିବା ଦୁଷ୍କର୍ମକାରୀ କନଷ୍ଟେବଳଙ୍କୁ ଗିରଫ କରି ତାଙ୍କୁ ଚାକିରିରୁ ନିଲମ୍ବିତ କରି ଦେଇଛନ୍ତି । ଏଥିସହିତ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ପୀଡ଼ିତା ତଥା ପୀଡ଼ିତାଙ୍କ ପରିବାରଲୋକ କନଷ୍ଟେବଳଙ୍କ ବିରୋଧରେ ଥାନାରେ ଅଭିଯୋଗ କରି କହିଥିଲେ, ଅଭିଯୁକ୍ତ କନଷ୍ଟେବଳ ପୀଡ଼ିତାଙ୍କ ଦୂର ସମ୍ପର୍କୀୟ । ଉକ୍ତ କନଷ୍ଟେବଳ ପୀଡ଼ିତାଙ୍କୁ ଜୋରଜବରଦସ୍ତ କରି ତାଙ୍କ ସହିତ ଅନେକ ଥର ଦୁଷ୍କର୍ମ କରିଥିଲେ । ଏହି ଘଟଣା ବିଷୟରେ କାହାକୁ କିଛି ନକହିବା ପାଇଁ କନଷ୍ଟେବଳ ମହିଳାଙ୍କୁ ଧମକ ବି ଦେଇଥିଲେ । ଶେଷରେ କନଷ୍ଟେବଳଙ୍କ ନିର୍ଯାତନା ସହି ନପାରି ମହିଳା ଘରେ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।