ଦେଶ- ବିଦେଶ
ପଥର ଟାୱାର୍ କରେ ମନବାଞ୍ଝା ପୁରଣ । ଜାଣିବା କଣ ରହିଛି ଏହାର ରହସ୍ୟ


୨୦୧୫ ମସିହାରେ ଏହି ସ୍ଥାନରେ ସମୁଦ୍ର କୂଳରେ ପଥର ଟାୱାର ନିର୍ମାଣ ଆରମ୍ଭ ହୋଇଥିଲା । ସେତେବେଳେ ଏହି ସହରର ୧୫୫ ତମ ବାର୍ଷିକୀ ପାଳନ କରାଯାଉଥିଲା । ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ, ଭ୍ଲାଡିଭୋଷ୍ଟୋଙ୍କର ଏକ କାର୍ୟ୍ୟକର୍ତ୍ତା ଗୋଷ୍ଠୀ ସମୁଦ୍ର କୂଳରେ ପଥର ରେ ୧୫୫ଟି ଟାୱାର ନିର୍ମାଣ କରିଥିଲେ । ତେବେ କିଛି ସମୟ ପରେ ନିକଟସ୍ଥ ଗୁମ୍ଫା ଭୁଶୁଡ଼ି ପଡ଼ି ଏହି ଟାୱାର ନଷ୍ଟ ହୋଇଯାଇଥିଲା। ଆଜି ଏହି ସ୍ଥାନଟି ‘ରୁଷିଆନ ଷ୍ଟୋନ ହେଞ୍ଜ’ ଭାବରେ ଜଣାଶୁଣା ।
ଧ୍ୟାନ ଏବଂ ବ୍ୟାୟାମ ସହିତ ସମ୍ପର୍କ ।
ଆଜି ଏଠାରେ ପର୍ୟ୍ୟଟକଙ୍କ ପାଇଁ ପଥର ଟାୱାର ନିର୍ମାଣ ଏକ ପରମ୍ପରାରେ ପରିଣତ ହୋଇଛି । ଲୋକମାନେ ବିଶ୍ୱାସ କରନ୍ତି ଏହି ସ୍ଥାନରେ ଏକ ପଥର ଟାୱାର ନିର୍ମାଣ କରି ବା ଦ୍ୱାରା ମନବାଚ୍ଛା ପୂରଣ ହୋଇଥାଏ । ଏଠାରେ ଅନେକ ଟାୱାର ଅଛି, ଯାହାର ଉଚ୍ଚତା ୩.୫ ମିଟର ।