ରାଜ୍ୟ

ସ୍ୱାମୀଙ୍କ ପାଖରୁ କାମ ଶିଖି ଏବେ ସୁନ୍ଦର ସୁନ୍ଦର ମୂର୍ତ୍ତୀ ତିଆରି କରୁଛନ୍ତି ‘ସୁମିତ୍ରା’

ଦଳା: ନାରୀ ଆଜିକା ସମୟରେ କୌଣସି ଗୁଣରେ କମ୍ ନୁହଁନ୍ତି । ଏ ଉକ୍ତିର ପ୍ରମାଣ ଦେବା ଆଉ ଏ ସମୟରେ ଆବଶ୍ୟକତା ହିଁ ନାହିଁ । କାହିଁକି ନା ଆଜି ନାରୀ ନିଜର ପାରଦର୍ଶିତା ସବୁ ସ୍ଥାନରେ ଦେଖାଇସାରିଛି । ପାଠ ଠାରୁ ନେଇ ସାଠ । ଘର ଠାରୁ ନେଇ ବାହାର ସବୁଠି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କିରିଛି ।

ତେବେ ଆମେ ଆଜି ଏମିତି ଜଣେ ନାରୀଙ୍କ ବିଷୟରେ କଥା ହେବା ଯିଏ ନିଜର ଦୃଢ଼ ଇଚ୍ଛାଶକ୍ତି ଯୋଗୁ ନିଜ ପରିବାର ପ୍ରତିପୋଷଣ କରିବାରେ ସହାୟକ ହୋଇପାରିଛନ୍ତି ।

ଜଣେ ମହିଳା ମୂର୍ତ୍ତୀ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଜଣେ ସଫଳ ମୂର୍ତ୍ତୀ କାରିଗର ଭାବେ ଏ ଅଞ୍ଚଳରେ ସେ ବେଶ ପରିଚିତ।

ରଙ୍ଗ ତୂଳୀରେ ମୂର୍ତ୍ତୀକୁ ଦେଉଛନ୍ତି ଜୀବନ୍ତ ସ୍ପର୍ଶ। ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ଏକ ନମ୍ବର ୱାର୍ଡର ଏ ହେଉଛନ୍ତି ସୁମିତ୍ରା ଡିଣ୍ଡା । ମହିଳା ମୂର୍ତ୍ତୀ କାରିଗର ଭାବେ ଏ ଅଞ୍ଚଳରେ ସେ ବେଶ ପରିଚିତ । ସବୁ କିଛି ମୂର୍ତ୍ତୀ ତିଆରି କରିବାରେ ସେ ମାହିର୍ । ତାଙ୍କର ପୂର୍ବ ପୁରୁଷ ମାନେ ମୂର୍ତ୍ତୀ ତିଆରି କରୁଥିଲେ । ତେବେ ସେ ନିଜର ସ୍ୱାମୀଙ୍କ ପାଖରୁ ମୂର୍ତ୍ତୀ କାମ ଶିଖି ଏବେ ସୁନ୍ଦର ସୁନ୍ଦର ମୂର୍ତ୍ତୀ ତିଆରି କରୁଛନ୍ତି । ନିଜର କୌଳିକ ବୃତ୍ତିକୁ ବଞ୍ଚାଇବା ସହ ମୂର୍ତ୍ତୀ ତିଆରି କରି ବେଶ କିଛି ରୋଜଗାର ମଧ୍ୟ କରି ପାରୁଛନ୍ତି।

ମାଟିର ମଣିଷ ସୁମିତ୍ରା ! ମାଟି ଗୋଲା କରିବା ସହ ଛାଞ୍ଚରେ ମୂର୍ତ୍ତୀ ତିଆରି କରିବାରେ ଲାଗି ପଡିଛନ୍ତି । ଏହି ପରି କି ବିଭିନ୍ନ ରଙ୍ଗ ଦେଇ ମୂର୍ତ୍ତୀ ତିଆରି କରୁଛନ୍ତି ସୁମିତ୍ରା । ବିଭିନ୍ନ ପୂଜା ଆସିଲେ ଲାଗି ପଡନ୍ତି ମୂର୍ତ୍ତୀ ତିଆରି କରିବାରେ। ଛୋଟ ମୂର୍ତ୍ତୀ ଠୁ ଆରମ୍ଭ କରି ବଡ଼ ବଡ଼ ମୂର୍ତ୍ତୀ କୁ ତିଆରି କରିବା ସେ ପାରଙ୍ଗମ । ଆଗକୁ ବିଶ୍ଵକର୍ମା ଓ ଗଣେଶ ପୂଜା ଥିବାରୁ କାମରେ ଲାଗି ପଡିଛନ୍ତି ସେ ।

ରଙ୍ଗ ଓ ତୂଳୀ ରେ ମୂର୍ତ୍ତୀକୁ ଜୀବନ୍ତ ସ୍ପର୍ଶ ଦେଉଛନ୍ତି ସୁମିତ୍ରା । କେବଳ ଯେ ଗଣେଶ ମୂର୍ତ୍ତୀ ତାହା ନୁହେଁ ଦୂର୍ଗା, କାଳୀଙ୍କ ମୂର୍ତ୍ତୀ ପରି ଅନେକ ମୂର୍ତ୍ତୀ ତିଆରି କରିବାରେ ସେ ପାରଙ୍ଗମ । ତାଙ୍କର ମୂର୍ତ୍ତୀ ତିଆରି ନିଖୁଣତା ପାଇଁ ସେ ଏ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ସେ ଅନ୍ୟ ମହିଳାଙ୍କ ପାଇଁ ହୋଇପାରିଛନ୍ତି ଉଦାହରଣ ।

Related Articles

Leave a Reply

Your email address will not be published. Required fields are marked *

Back to top button