ଦେଶ- ବିଦେଶ

୧ ମିନିଟ କାଫି ! ଭୟଙ୍କର ରୁ ଭୟଙ୍କର ଏସିଡିଟି ଗାୟବ କରିଦେବ ଏହି ଦେଶୀ ଘରୋଇ ଉପାୟ

ସୂଚନା ଅନୁସାରେ ସବୁ ଲୋକଙ୍କର ପେଟ ଜନିତ ଅନେକ ସମସ୍ଯା ରହିଥାଏ । ପେଟରେ ଏସିଡିଟି ହେବା, ପେଟ ଜଳାପୋଡା ହେବା, ଖାଦ୍ୟ ଠିକ ଭାବରେ ହଜମ ନହେବା ଓ କୋଷ୍ଠକାଠିନ୍ୟ ଭଳି ଅନେକ ସମସ୍ଯା ପେଟରେ ପ୍ରକାଶ ପାଇଥାଏ । ଏହି ସମସ୍ତ ପେଟ ଜନିତ ସମସ୍ଯାର କେବଳ ଗୋଟିଏ ରେମିଡି ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ପେଟ ସମସ୍ଯା ଉଭାନ ହୋଇଯାଇଥାଏ । ତାହେଲେ ସେହି ରେମିଡିଟି ପ୍ରସ୍ତୁତ କରିବାର ଉପାୟ ଜାଣି ରଖନ୍ତୁ । ଏହି ରେମିଡିକୁ ପ୍ରସ୍ତୁତ କରିବାକୁ ହେଲେ ।

 

ଏଥିପାଇଁ ଆମକୁ ପ୍ରଥମ ସାମଗ୍ରୀର ଆବଶ୍ୟକ ହେଉଛି ଜୀରା । ପ୍ରଥମେ ଗ୍ଯାସରେ ଏକ କଢେଇ ବସାଇ ସେଥିରେ ଏକ ଗ୍ଳାସ ପାଣି ଦିଅନ୍ତୁ । ସେହି ପାଣିରେ ଏକ ଚାମଚ ଜୀରା ପ୍ରୟୋଗ କରନ୍ତୁ । କିଛି ସମୟ ପାଣିକୁ ଫୁଟିବା ପାଇଁ ଦିଅନ୍ତୁ । ପାଣି ଫୁଟି ସାରିଲା ପରେ ଗ୍ଯାସ ବନ୍ଦ କରି କିଛି ସମୟ ପାଣିକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ଏହି ସମୟ ଅବଧି ମଧ୍ୟରେ ପାଣିକୁ ଜୀରାର ସମସ୍ତ ପୋଷକ ତତ୍ଵ ଚାଲି ଆସିଥିବ । ଜୀରା ଆମ ପାଚନ କ୍ରିୟାକୁ ଠିକ ଭାବରେ କାର୍ଯ୍ୟକାରୀ କରିବାକୁ ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ଏହା ସହିତ ଗ୍ଯାସ ଓ ଏସିଡିଟି ଭଳି ପେଟ ଜନିତ ସମସ୍ଯାକୁ ମଧ୍ୟ କିଛି ସମୟ ମଧ୍ୟରେ ଦୂର କରିଦେଇଥାଏ । ସେଥିପାଇଁ ପେଟ ପାଇଁ ଜୀରା ରାମବାଣ ସଦୃଶ ହୋଇଥାଏ ।

 

ଜୀରା ପାଣି ନଖ ଉଷୁମ ଗରମ ଥିବା ସମୟରେ ସେଥିରେ ସ୍ଵାଦ ଅନୁସାରେ କଳା କିମ୍ବା ଧଳା ଲୁଣକୁ ମିଶାଇ ପାରିବେ । ତାପରେ ସେଥିରେ ଫାଳେ ଲେମ୍ବୁ ମଧ୍ୟ ଚିପୁଡି ଦେବେ । ଯେଉଁ ମାନଙ୍କର ଲେମ୍ବୁ ଯଦି ପସନ୍ଦ ନଥାଏ । ତେବେ ୪ ରୁ ୫ ବୁନ୍ଦା ଲେମ୍ବୁ ରସ ପାଣିରେ ପ୍ରୟୋଗ କରିପାରିବେ । ଏବେ ଆପଣଙ୍କ ଚମତ୍କାରୀ ଜୀରା ପାଣି ପ୍ରସ୍ତୁତ ହୋଇଗଲା।

ଯେତେବେଳେ ଆପଣଙ୍କ ପେଟରେ ଗ୍ଯାସ ଓ ଏସିଡିଟି ହୋଇଥିବ । ଆପଣ ସଙ୍ଗେ ସଙ୍ଗେ ଏହି ପାଣିକୁ ପ୍ରସ୍ତୁତ କରି ସେବନ କରିପାରିବେ । ନଚେତ ଆପଣ ରାତିରେ ଖାଇସାରିଲା ପରେ ସେବନ କରିପାରିବେ । ସକାଳୁ ମଧ୍ୟ ଖାଇ ସାରି ଏହି ପାଣି ପ୍ରସ୍ତୁତ କରି ପିଇପାରିବେ ।

 

ଏହି ପାଣି ପିଇବାର ୧ ମିନିଟ ଠାରୁ ଏହି ପାଣିର ପ୍ରଭାବ ପେଟରେ ଦେଖିବାକୁ ମିଳିବ । କିଛି ସମୟ ମଧ୍ୟରେ ପେଟର ଗ୍ଯାସ ଓ ଏସିଡିଟିରୁ ହେଉଥିବା ଜଳାପୋଡା ସମସ୍ତ ସମସ୍ଯାକୁ ଦୂର କରି ପେଟକୁ ଆରାମ ଦେବ ।

Related Articles

Leave a Reply

Your email address will not be published. Required fields are marked *

Back to top button