ରାଜ୍ୟ

ବସ୍ ଡ୍ରାଇଭରଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ମରକୋଟ: ଉମରକୋଟରେ ଜଣେ ବସ ଡ୍ରାଇଭରଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ। ଡ୍ରାଇଭର ଜଣକ ହେଲେ ଫୁପଲିନ ଚନ୍ଦ୍ର ନାୟକ। ଫୁପଲିନଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସନ୍ତୋଷପୂର ଅଂଚଳରେ। ସେ ଏମଏସବି ନାମକ ଏକ ଘରୋଇ ବସରେ ଡ୍ରାଇଭର ଭାବରେ କାମ କରୁଥିଲେ।

ଆଜି ସକାଳେ ଗାଡ଼ି ବାହାର କରିବା ପୂର୍ବରୁ ସକାଳ ସାଢ଼େ ୪ଟା ସମୟରେ ଶୌଚ ପାଇଁ ପାଖରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ନିକଟକୁ ଯାଇଥିଲେ।

ସେଠାରେ କେହି ଜଣେ ଦୁବୃର୍ତ୍ତ ଏକ ବାଇକରେ ଆସି ଫୁପଲିନଙ୍କୁ ଛୁରା ମାଡ଼ କରି ଫେରାର ହୋଇଯାଇଥିଲେ। ଦୁବୃର୍ତ୍ତଜଣକ ହେଲମେଟ ପିନ୍ଧିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଗୁରୁତର ଅବସ୍ଥାରେ ଫୁପଲିନଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଏହି ଛୁରା ମାଡ଼ ପୂର୍ବ ଶତ୍ରୁତାକୁ ନେଇ ହେଇଥିବା ଅନୁମାନ କରାଯାଉଛି। ଉମରକୋଟ ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସର ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ଜଣା ପଡ଼ିବ। ଫୁପଲିନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button