ରିୟଲ ହିରୋ ଶୁଭାନ ଖାନ: ନିଜ ଜୀବନକୁ ବାଜି ଲଗାଇ ୯ ଜଣଙ୍କୁ ବଞ୍ଚାଇଲେ

ହିରୋମାନେ ସବୁବେଳେ କ୍ୟାପ ପିନ୍ଧନ୍ତି ନାହିଁ। ବେଳେବେଳେ ରିୟଲ ହିରୋ ବୁଲଡୋଜର ମଧ୍ୟ ଚଲାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ବନ୍ୟା ଯୋଗୁ ଆଉଟ ପାଉଟ ହେଉଥିବା ତେଲଙ୍ଗାନରେ ଦେଖିବାକୁ ମିଳିଛି। ବାସ୍ତବ ଜୀବନରେ ପ୍ରକୃତ ହିରୋ ସାଜିଛନ୍ତି ହରିୟାଣାର ଶୁଭାନ ଖାନ।
ସେ ନିଜ ଜୀବନକୁ ବିପଦରେ ପକାଇ ଭୟଙ୍କର ବନ୍ୟା ବେଳେ ଗୋଟିଏ ବ୍ରିଜରେ ଫସିଥିବା ୯ ଜଣଙ୍କୁ ବଞ୍ଚାଇ ଦେଇଛନ୍ତି।
ଖାନ ବନ୍ୟା ପାଣିରେ ବୁଲଡୋଜର ନେଇ ବ୍ରିଜ ଉପରେ ପହଞ୍ଚିଥିଲେ ଓ ସେଠାରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ତେଲଙ୍ଗାନାର ଖାମ୍ମାମ ଜିଲ୍ଲାରେ ଥିବା ମୁନ୍ନେରୁ ନଦୀ ଉପରେ ରହିଥିବା ପ୍ରକାଶ ନଗର ବ୍ରିଜରେ ୯ ଜଣ ଲୋକ ଫସି ଯାଇଥିଲେ।ସେମାନେ ବ୍ରିଜ ଉପରେ ରହିଥିବା ବେଳେ ଚାରିଆଡ଼େ କେବଳ ବନ୍ୟା ପାଣି ପ୍ରବାହିତ ହେଉଥିଲା। ତେଣୁ ସେମାନେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ।
୯ ଜଣ ଲୋକ ଗୋଟିଏ ଭିଡିଓ ରେକର୍ଡ କରି ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଖବର ମିଳିବା ପରେ ରାଜ୍ୟ ସରକାର ହେଲିକପ୍ଟର ପଠାଇଥିଲେ। କିନ୍ତୁ ଖରାପ ପାଗ ଯୋଗୁ ବ୍ରିଜ ନିକଟରେ ପହଞ୍ଚି ପାରି ନଥିଲା ହେଲିକପ୍ଟର।




