ଦେଶ- ବିଦେଶ

ବିଦୁର ନୀତି:ଅନ୍ୟମାନଙ୍କ ଏହି ଜିନିଷକୁ ନେଇ ଈର୍ଷା କରୁଥିବା ବ୍ୟକ୍ତି କେବେ ବି ରହିପାରନ୍ତିନି ସୁଖୀ

ମହାଭାରତ ଯୁଗର ମହାନ ଦାର୍ଶନିକ ଏବଂ ନୀତିଜ୍ଞ ବିଦୁରଙ୍କୁ ଧର୍ମରାଜର ମାନ୍ୟତା ଦିଆଯାଇଛି। ସେ ଉଭୟ କୌରବ ଓ ପାଣ୍ଡବଙ୍କ ମହାମନ୍ତ୍ରୀ ଥିଲେ। ସେ ରାଜନୈତିକ ଜ୍ଞାନ ସମେତ ମନୁଷ୍ୟ ସୁଖୀ ରହିବା ଉପାୟ ଆଦି ବିଷୟରେ ମଧ୍ୟ ବହୁ ମୂଲ୍ୟବାନ ମତ ଦେଇଥିଲେ। ଆସନ୍ତୁ ଜାଣିବା ବିଦୁରଙ୍କ କଥିତ କେତେକ ନୀତି ସମ୍ବନ୍ଧରେ…

  • ବିଦୁର ନିଜ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ ସବୁବେଳେ ଅନ୍ୟମାନଙ୍କ ଖୁସିରେ ଖୁସି ହେବା ଉଚିତ। ପର ଉପରେ ଈର୍ଷା ମନୋଭାବ ରଖିବା ଅନୁଚିତ। କାରଣ ଧନ ସମ୍ପତ୍ତି, ଟଙ୍କା ପଇସା ସବୁବେଳେ ରହେ ନାହିଁ, ସମୟ ସହ ତାହା ବଦଳିଯାଏ। କିନ୍ତୁ ସମ୍ପର୍କ ସବୁଦିନ ପାଇଁ ରହିଥାଏ।

  • ବିଦୁର କହିଛନ୍ତି ଯେ ବ୍ୟକ୍ତି ଉଚ୍ଚ କୁଳରେ ଜନ୍ମ ହୋଇନଥିଲେ ମଧ୍ୟ ଯଦି ସେ କଠିନ ପରିଶ୍ରମ କରିବ ତେବେ ନିଶ୍ଚୟ ଲକ୍ଷ୍ୟ ହାସଲ କରିବ। ଥରେ ବ୍ୟକ୍ତି ସଫଳତା ଲାଭ କଲେ ତାକୁ ଲୋକେ ଆପେ ସମ୍ମାନ ଦେବେ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆଗକୁ ବଢ଼ିବାକୁ ସାହସ ଓ ଧୈର୍ଯ୍ୟ ରଖୁଥିବା ବ୍ୟକ୍ତି ପ୍ରକୃତ ଯୋଦ୍ଧା।
  • ସବୁବେଳେ ନିଜେ ଖୁସି ରହି ଅନ୍ୟମାନଙ୍କୁ ମଧ୍ୟ ଖୁସି ରଖିବା ଆବଶ୍ୟକ। ଯେଉଁ ବ୍ୟକ୍ତି ନିଜେ ଖୁସି ରହି ଅନ୍ୟମାନଙ୍କୁ ଖୁସି ଦେଇଥାଏ ତାଙ୍କୁ ସବୁ ସ୍ଥାନରେ ସମ୍ମାନ ମିଳେ। ସୁଖ ଓ ସୌଭାଗ୍ୟ ବ୍ୟକ୍ତିର କର୍ମ ଉପରେ ନିର୍ଭର କରେ ଏବଂ ଏହା କର୍ମ ଅନୁସାରେ ପ୍ରାପ୍ତ ହୋଇଥାଏ। ପର ଉପରେ ଆଦୌ ଈର୍ଷା କରିବା ଉଚିତ ନୁହେଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button