ଦେଶ- ବିଦେଶ

କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୁକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରେ ?

। ସୂଚନା ଅନୁସାରେ ସବୁ ବିବାହିତ ଦମ୍ପତି ମାନଙ୍କର ସନ୍ତାନ ପାଇବାର କାମନା ରହିଥାଏ । ତେଣୁ ବିବାହ ପରେ ସେମାନେ ସନ୍ତାନ ପ୍ରାପ୍ତି ପାଇଁ ଯୋଜନା କରିଥାନ୍ତି । ବହୁତ ଲୋକଙ୍କ କ୍ଷେତ୍ରରେ ସନ୍ତାନ ପ୍ରାପ୍ତି ହେବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥାଏ । କେତେକଙ୍କ କ୍ଷେତ୍ରରେ ସନ୍ତାନ ବହୁତ ବିଳମ୍ବରେ ହେଉଥିବା ସ୍ଥଳେ ଏପରି କିଛି ସ୍ଥଳେ ଯେତେ ଚେଷ୍ଟା କରିଲେ ମଧ୍ୟ ସନ୍ତାନ ପ୍ରାପ୍ତି ହୋଇପାରିନଥାଏ ।

 

ତେଣୁ ସନ୍ତାନ ନହେବାର ବା ମହିଳା ଜଣଙ୍କ କଂସିବ କରିନପାରିବାର ବହୁତ ଗୁଡିଏ କାରଣ ରହିଛି । ଯେପରି ପୁରୁଷ ମାନଙ୍କର ଶୂକ୍ରାଣୁ ବା ସ୍ପମ କାଉଣ୍ଟ କମ୍ ଥିଲେ । ମହିଳା ଜଣଙ୍କ ପ୍ରେଗନେଣ୍ଟ ହୋଇପାରିନଥାଏ । ପୁରୁଷ ମାନଙ୍କ ଠାରେ ପ୍ରାୟତଃ ୫୦ ରୁ ୬୦ ବର୍ଷ ବୟସ ପରେ ଶୂକ୍ରାଣୁ ସଂଖ୍ୟା କମିବାରେ ଲାଗିଥାଏ ।

ଏହା ଛଡା କେତେକ ପୁରୁଷଙ୍କ ଠାରେ ବଂଶାନୁଗତ କାରଣରୁ ମଧ୍ୟ ପ୍ରଥମରୁ ହିଁ ତାଙ୍କ ଠାରେ ସ୍ପମ କାଉଣ୍ଟ କମ ରହିଥାଏ । ଏହା ବ୍ଯତୀତ ପୁରୁଷ ମାନଙ୍କ ଠାରେ ଏପରି କିଛି ବିଶେଷ ରୋଗ ଯଦି ଥିବ । ତେବେ ମଧ୍ୟ ବହୁତ ଅଳ୍ପ ବର୍ଷ ବୟସ ମଧ୍ୟ ଶୂକ୍ରାଣୁ ସଂଖ୍ୟା କମିଯିବ । ଯାହା ଦ୍ଵାରା ପୁରୁଷଙ୍କ ପାଇଁ ମହିଳା ପାର୍ଟନର କଂସିବ କରିପାରିନଥାଏ ।

 

ଏହା ଛଡା ମହିଳା ମାନଙ୍କ ଠାରେ ମଧ୍ୟ ଯଦି ଏପରି କିଛି ସମସ୍ଯାମାନ ରହିଥାଏ । ତେବେ ମଧ୍ୟ ସନ୍ତାନ ପ୍ରାପ୍ତି ହେବାରେ ଅସୁବିଧା ଦେଖା ଯାଇଥାଏ । ଯଦି ମହିଳା ,ମାନଙ୍କର ପିରିଅଡ୍ ରେ କିଛି ସମସ୍ଯା ରହୁଥିବ । ପିରିଅଡ୍ ରେ ଅନିୟମିତତା ଦେଖା ଯାଉଥିବ । ବିଶେଷ କରି ମହିଳାଙ୍କ ଠାରେ PCOS ପଲିଷ୍ଟିକ ଓଭରି ସିନ୍ଡ୍ରମ ଭଳି ସମସ୍ଯା ରହୁଥିଲେ । ମହିଳା ଜଣଙ୍କ ପିଲାପିଲି କରିବା ସମୟରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ମହିଳା ମାନଙ୍କର ବୟସ ଅଧିକ କାରଣରୁ ପ୍ରାୟତଃ ୪୦ ରୁ ୪୫ବର୍ଷ ପରେ ମଧ୍ୟ ତାଙ୍କ ଠାରେ ସୃଷ୍ଟି ହେଉଥିବା ଅଣ୍ଡା ଗୁଡିକର କ୍ଵାଲିଟି କମିଯିବା ସହିତ ଅଣ୍ଡା ଠିକ ଭାବରେ ସୃଷ୍ଟି ହୋଇନଥାଏ । ଯାହା ଦ୍ଵାରା ମହିଳା କଂସିବ କରିବାରେ ପ୍ରୋବ୍ଲେମ ହୋଇଥାଏ । ଦମ୍ପତିଙ୍କର ସନ୍ତାନ ପ୍ରାପ୍ତିରେ ବିଳମ୍ବ ହେଉଥିଲେ । ଡାକ୍ତରଙ୍କର ପରାମର୍ଶ ନିହାତି ଭାବରେ ନେବା ଉଚିତ ।

ଡାକ୍ତରଙ୍କର କହିବା ଅନୁସାରେ ଫରଟିଲିଟି ମେଡିକାଲ୍ ମାନଙ୍କରେ ଉଭୟ ପୁରୁଷ ଓ ମହିଳାଙ୍କର ସମସ୍ଯାକୁ ଠିକ ଭାବରେ କାଉନସିଲିଙ୍ଗ କରାଯାଇ ସନ୍ତାନ ପ୍ରାପ୍ତିର ବାଟ କରାଯାଇଥାଏ । କେତେକଙ୍କୁ ମେଡ଼ିସିନ ଦ୍ଵାରା ସମସ୍ଯାର ସମାଧାନ କରାଯାଇଥାଏ । ଏହା ସହିତ ଆଡଭାନ୍ସ ଟ୍ରିଟମେଣ୍ଟ ପ୍ରକ୍ରିୟାରେ ମଧ୍ୟ ବେବି ସୃଷ୍ଟି କରାଯିବାର ସୁବିଧା କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button