ଦେଶ- ବିଦେଶ

ବ୍ରଣ ସମସ୍ୟାକୁ ନେଇ ଚିନ୍ତିତି କି ? ଜାଣନ୍ତୁ Acne ବା Pimples ରୁ କିପରି ପାଇବେ ମୁକ୍ତି ?

। ଆଜିକାଲିର ସମୟରେ ବ୍ରଣ ଏକ ସାଧାରଣ ସମସ୍ଯା । ଯାଞ୍ଚ ରୁ ଜଣା ପଡିଛି ପ୍ରାୟ ପ୍ରତି 100 ଟି ଲୋକଙ୍କ ମଧ୍ୟରେ ଅତି କମ ରେ 10 ଜଣ ଲୋକ ଙ୍କ ଠାରେ ବ୍ରଣ ଜନିତ ସମସ୍ଯା ଦେଖିବାକୁ ମିଳିଥାଏ । ବ୍ରଣ ଏକ ଏପରି ସମସ୍ଯା ଯାହାକି ଝିଅ ମାନଙ୍କ ସହ ପୁଅ ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଝିଅ ମାନଙ୍କ ଠାରୁ ପୁଅ ମାନଙ୍କର ବ୍ରଣ ଟିକେ ସାଂଘାତିକ ଭାବରେ ହୋଇଥାଏ । ତାହାଛଡା ଏହା ସମସ୍ତଙ୍କର ଜୀବନରେ ଥରେ ନା ଥରେ ନିହାତି ହୋଇଥାଏ ।

 

ବ୍ରଣ ସାଧାରଣତଃ ସମସ୍ତ ଙ୍କୁ ବୟସ ବଢିବା ସମୟରେ ଶରୀରରେ ହେଉଥିବା ହରମୋନାଲ ଚେଞ୍ଜ କାରଣରୁ ଦେଖା ଦେଇଥାଏ । ଏହା ସହ କିଛି ଅନ୍ୟ କାରଣ ମଧ୍ୟ ଥାଏ । ଯାହାକି ପ୍ରଥମ ହେଉଛି ପ୍ରଦୂଷଣ । ଅନେକ ଥର ଦେଖାଯାଏ କି କିଛି ବ୍ୟକ୍ତି ଙ୍କର ମୁହଁ ରେ ବ୍ରଣ ଅଧିକ ମାତ୍ରାରେ ହୋଇ ଯାଇଥାଏ ।

ଏହାର ଏକ କାରଣ ହେଉଛି କି ଅଧିକ ଥର ଲୋକ ମାନେ ନିଜ ହାତ କୁ ସ୍ଵଚ୍ଛ ନ କରି ହିଁ ବାରମ୍ବାର ମୁହଁ ରେ ହାତ ମାରିଥାନ୍ତି । ଏହା କାରଣ ରୁ ମୁହଁ ରେ ଜର୍ମ୍ସ ମାନ ଲାଗିଥାଏ । ଏହା କାରଣ ରୁ ମଧ୍ୟ ମୁହଁର ବ୍ରଣ ହେବାର ଦେଖା ଯାଇଥାଏ । ବନ୍ଧୁଗଣ ଆଜିକାଲି ର ଜୀବନ ଶୈଳୀ ଓ ଖାଇବା ପିଇବା ମଧ୍ୟ ଏହାର ଏକ କାରଣ ଅଟେ ।

 

ଯେପରିକି ଘରର ପୋଷାକ ଭରା ଖାଦ୍ୟ ନ ଖାଇ ବାହର ଖାଦ୍ୟ ଅଧିକ ମାତ୍ରାରେ ଖାଇବା ଆରମ୍ଭ କରି ଦିଅନ୍ତି । ଓ ତେଲ ମଶଲା ଯୁକ୍ତ ଖାଦ୍ୟ ଖାଇବା । ଯାହା ବାସ୍ତବରେ ଶରୀର ପାଇଁ ଭଲ ହୋଇ ନଥାଏ । ଏହାଛଡା ରାତିରେ ଠିକ ଭାବରେ ନ ଶୋଇବା ମଧ୍ୟ ଏକ କାରଣ ଅଟେ । ଡେରିରେ ଶୋଇବା ଡେରି ରେ ଉଠିବା, ପାଣି ଠିକ ଭାବରେ ନ ପିଇବା ।

ଏହି ସବୁ ଶରୀରରେ ଗ୍ୟାଷ୍ଟିକ ସୃଷ୍ଟି କରେ ଯାହା ଫଳରେ ଶରୀରରେ କେଶ ଝଡିବା, ଦୁର୍ବଳ ଅନୁଭବ ହେବା ଓ ଏହାସହ ବ୍ରଣ ବାହାରିବା ମଧ୍ୟ ଦେଖା ଦେବା ଆରମ୍ଭ ହୋଇଥାଏ । ବନ୍ଧୁଗଣ ପାଣି ଏକ ଏପରି ତତ୍ଵ ଯାହା ଯଦି କେହି ପ୍ରତିଦିନ ଠିକ ଭାବରେ ପିଇଥାଏ, ତେବେ ସେହି ବ୍ୟକ୍ତି ର ଶରୀରରେ ଥିବା ଅଧାରୁ ଅଧିକ ରୋଗ ସମସ୍ୟା ଆପେ ଭଲ ହୋଇ ଯିବ ।

 

ତେଣୁ ଯେଉଁ ମାନଙ୍କୁ ବ୍ରଣ ସମସ୍ଯା ରହୁଛି ସେମାନଙ୍କୁ ନିହାତି ଦିନକୁ ପାଣି 3 ରୁ 4 ଲିଟର ପିଇବା ଆବଶ୍ୟକ । ଏହା ଦ୍ଵାରା ପେଟ ଗରମ ହୁଏ ନାହିଁ । ଓ ବ୍ରଣ ସମସ୍ଯା ମଧ୍ୟ ଦେଖା ଦେଇ ନଥାଏ । ଅନେକ ଥର ଦେଖା ଯାଇଥାଏ କି ପ୍ରାୟତଃ ଯେଉଁ ମାନଙ୍କର ବ୍ରଣ ହେଉଛି ସେମାନଙ୍କର ମାନସିକ ଚାପ ସେମାନଙ୍କ ଉପରେ ଏତେ ମାତ୍ରାରେ ହୋଇ ଯାଇଥାଏ କି ସେମାନେ ଯେ କୌଣସି କ୍ରିମ ବା ଔଷଧ ବ୍ରଣ ସ୍ଥାନରେ ଲଗାଇ ଦେଇଥାନ୍ତି, ଯାହା କାରଣ ରୁ ବ୍ରଣ କମିବା ପରିବର୍ତ୍ତେ ଅଧିକ ବଢି ଯାଇଥାଏ ।

ତେଣୁ ବ୍ରଣ ସ୍ଥାନ ରେ ଅନ୍ୟ କୌଣସି କ୍ରିମ ଆଦି ନ ଲଗାଇ ଡାଃ ଙ୍କ ସହ ପରାମର୍ଶ କରି ରକ୍ତ ପରୀକ୍ଷା କରି ହିଁ କୌଣସି ଚିକିତ୍ସା କରାନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button