ଦେଶ- ବିଦେଶ

ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନ ଗିରଫ କଲା ଇଡି, ନକଲି ନିଯୁକ୍ତି ମାମଲାରେ ଇଡି କରୁଥିଲା ପଚରାଉଚରା

ପ ବିଧାୟକ ଅମାନତୁଲ୍ଲାହ ଖାନ ଗିରଫ କରିଛି ଇଡି । ୫ ଘଣ୍ଟା ଜେରା ପରେ ବାଟଲା ହାଉସରୁ ଗିରଫ କଲା ଇଡି । ଦିଲ୍ଲୀ ଓ୍ୱାକଫ ବୋର୍ଡ କେସରେ ଇଡି ଅମାନୁତୁଲ୍ଲାହଙ୍କୁ ଗିରଫ କରିଛି । ଆଜି ସକାଳୁ ଇଡିର ୬ରୁ ୭ ଜଣ ଅଧିକାରୀ ଏହି ସର୍ଚ୍ଚ ଅପରେସନରେ ସାମିଲ ଥିଲେ । ଚଢ଼ାଉ ବେଳେ ଦିଲ୍ଲୀର ପୋଲିସର ଏକ ଟିମ୍ ତାଙ୍କ ଘର ବାହାରେ ମୁତୟନ ରହିଥିଲେ ।

ଦିଲ୍ଲୀର ଓଖଲା ବିଧାନସଭା ଆସନରୁ ଅମାନତୁଲ୍ଲାହ ଖାନ୍ ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀ ଓ୍ୱାକଫ ବୋର୍ଡର ଚେୟାରମ୍ୟାନ ଥିବା ବେଳେ ପଦର ଦୁରୁପଯୋଗ କରି ନିଜର ସଂପର୍କୀୟଙ୍କୁ ନିଯୁକ୍ତି ଦେଇଥିଲେ । ଏହି ଦୁର୍ନୀତି ସହିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କ ଘରେ ପହଞ୍ଚି ପଚରାଉଚରା କରୁଥିଲା । ପଚରାଉଚରା ସମୟରେ ଇଡି ସହିତ ଯୁକ୍ତିତର୍କ କରିଥିଲେ ଅମାନତୁଲ୍ଲାହ । ତେଣୁ ପଚରାଉଚରା କରିବା ପରେ ଇଡି ତାଙ୍କୁ ଗିରଫ କରିଛି । ଗିରଫ ହେବା ପରେ ନିଜକୁ ନିର୍ଦୋଷ ବୋଲି କହିଛନ୍ତି ଆପ୍‌ ବିଧାୟକ ।

ଖବର ମୁତାବକ, ଦିଲ୍ଲୀ ସରକାରର ରାଜସ୍ୱ ବିଭାଗରେ ଏସଡିଏମ ମୁଖ୍ୟାଳୟରେ ନଭେମ୍ବର ୨୦୧୬ରେ ଓ୍ୱାକଫ ବୋର୍ଡର ତତ୍‌କାଳୀନ ଅଧ୍ୟକ୍ଷ ଅମାନତୁଲ୍ଲାହ ଖାନଙ୍କ ବିପକ୍ଷରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଥିଲା କି, ଓ୍ୱାକଫ ବୋର୍ଡର ଅନେକ ସ୍ୱୀକୃତ ଏବଂ ଅଣସ୍ୱୀକୃତ ପଦବୀରେ ମନଇଚ୍ଛା ଏବଂ ଅବୈଧ ଭାବେ ନିଯୁକ୍ତି ଦେଉଥିଲେ । ସେ ପାଖାପାଖି ୩୨ ଜଣଙ୍କୁ ଏଭଳି ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା ।

ସିବିଆଇ ଯାଞ୍ଚରୁ ଜଣାପଡିଥିଲା କି, ଅମାନତୁଲ୍ଲାହ ଖାନ ମେନବୁବ ଆଲମଙ୍କ ସହିତ ମିଶି ନିଜ ପଦର ଦୁରୁପଯୋଗ କରିଥିଲେ । ଜାଣିଶୁଣି ନିୟମକୁ ଅଣଦେଖା କରି ଭର୍ତ୍ତି ପ୍ରକ୍ରିୟାରେ ହେରଫେର କରି ନିଯୁକ୍ତି ଦେଇଥିଲେ । ଏହାପରେ ସିବିଆଇ କେସ୍‌ ଦାୟର କରିଥିଲା । ଆଉ ସିବିଆଇ ପରେ ଏହି ମାମଲା ମନି ଲଣ୍ଡ୍ରିଂ ଯାଞ୍ଚ ପାଇଁ ଇଡି ନିକଟରେ କେସ୍‌ ହୋଇଥିଲା ।

ସୂଚନାଯୋଗ୍ୟ, ଆଜି ସକାଳୁ ଇଡି ଚଢାଉ କରିବାକୁ ଯାଇଥିବା ସମୟରେ ବିଧାୟକ ଅମାନତୁଲ୍ଲାହ ଘର କବାଟ ଖୋଲିନଥିଲେ । ତେଣୁ ଇଡି ଅଧିକାରୀ ତାଙ୍କ ଘର ବାହାରେ ଠିଆ ହୋଇଥିଲେ ।

ଏହାକୁ ନେଇ ଆପ୍ ବିଧାୟକ ଅମାନତୁଲ୍ଲାହ ଖାନ୍ ଏକ ଭିଡିଓ ସେୟାର କରିଥିଲେ । ସେ କହିଥିଲେ , ‘ଇଡିର ଲୋକମାନେ ଆଜି ସକାଳ ୭ଟାରେ ମୋ ଘରେ ପହଞ୍ଚିଛନ୍ତି । ସର୍ଚ୍ଚ ୱାରେଣ୍ଟ ନାମରେ ଇଡିର ଟିମ୍ ମୋତେ ଗିରଫ କରିବାକୁ ଆସିଛନ୍ତି । ମୋ ଶାଶୁ କ୍ୟାନସର ରୋଗରେ ପୀଡିତ । ୪ ଦିନ ପୂର୍ବରୁ ତାଙ୍କର ଅପରେସନ କରାଯାଇଛି । କେବଳ ମୋତେ ନୁହେଁ ମୋ ଦଳକୁ ମଧ୍ୟ ହଇରାଣ କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button