ରାଜ୍ୟ

ରାତି ଅଧରେ ମୁହଁରେ ମାସ୍କ ପିନ୍ଧି ଉଲଗ୍ନ ହୋଇ ଘରେ ପଶୁଛି ଚୋର

ସମ୍ବଲପୁର : ଚୋରଙ୍କ ପାଦୁର୍ଭାବ ଖୁଲମ୍‌ ଖୁଲା । ନା ଡର ଭୟ ନା ଲାଜ୍ଜ ସରମ । ବେଲଗାମ୍‌ ଭାବେ ବଢିଚାଲିଛି ଏମାନଙ୍କ ସଂଖ୍ୟା । ଯାହାର ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଭୟବିତ ବି କରାଇଛି ।

ସାବଧାନ… ଆଜ୍ଞା ! ରାତି ଅଧରେ ବୁଲୁଛି ଉଲଗ୍ନ ଚୋର । ସମ୍ପୂର୍ଣ୍ଣ ଭାବେ ଉଲଗ୍ନ ଶରୀରରେ ବୁଲୁଛି ଚୋର ।

ଶରୀରରେ ସିନା ପୋଷାକ ନାହିଁ ହେଲେ ମୁହଁରେ କିନ୍ତୁ ମାସ୍କ ପିନ୍ଧିଛି । ଆଉ ରାତି ଅଧରେ ଘରେ ପଶି କରୁଛି ଚୋରି । ଉଲଗ୍ନ ହୋଇ ଚୋରି କରୁଛି ଯୁବକ । କବାଟ ଭାଙ୍ଗି ଜିନିଷପତ୍ର ସାଙ୍ଗରେ ଧରି ଛୁ’ ମାରୁଛି । ଯାହାର ଭିଜୁଆଲ୍ ଆପଣଙ୍କୁ ସ୍ପଷ୍ଟ ଭାବେ ଆପଣଙ୍କୁ ଦେଖାଇ ପାରୁନୁ, ଯାହା କଏକ ହୋଇଛି ଘରେ ଲାଗିଥିବା ସିସିଟିଭିରେ । ସାମ୍ନାରେ ଯାହା ଆଖିରେ ପଡ଼ିଲା ସବୁ ନେଇ ଫେରାର ହୋଇଯାଉଛି । ଘରେ କଳାକନା ବୁଲାଇ ଦେଉଛି । ସମ୍ବଲପୁର ଉପକଣ୍ଠ ଶାସନ ଥାନା ରାଣୀଖିଣ୍ଡା ଗାଁ ଅଞ୍ଚଳର ଏହି ଘଟଣା ଏବେ ଚହଳ ପକାଇଛି । ଖେଳାଇ ଦେଇଛି ଆତଙ୍କ ।

ଯାହା ସୂଚନା ମିଳିଛି , ଗତ ୩୦ରେ ଶାସନ ଥାନାରେ ଚୋରି ହୋଇଥିବା ନେଇ ଏତଲା ଦିଆଯାଇଥିଲା । ତେବେ ଭିଜୁଆଲ୍ ରେ ଯାହା ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ସ୍ଥାନୀୟ ଅରୁଣ ଅଗ୍ରୱାଲଙ୍କ ଦୋକାନ ଘରେ ପଶୁଛି । ପିଠିରେ ଗୋଟିଏ ବ୍ୟାଗ୍ ଧରିଛି । କିଛି ସମୟ ଧରି ଦୋକାନର କବାଟ ଭାଙ୍ଗିବାକୁ ଉଦ୍ୟମ କରୁଛି । କବାଟ ଭାଙ୍ଗିବା ପରେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ନେଇ ଫେରାର ମାରୁଛି । ଦୋକାନରେ ଥିବା ସମସ୍ତ କସମେଟିକ୍ ସାମଗ୍ରୀ ନେଇଯାଇଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ ଦୋକାନ ଡ୍ର ତାଲା ଭାଙ୍ଗି ସେଥିରେ ଥିବା ୨ ହଜାର ଟଙ୍କା, ୨ ପେଟି ଫେସୱାସ୍ , ଗୋଟିଏ ପେଟି ପାଉଡର୍, ଗୋଟିଏ ପେଟି ଲଗାଇବା ତେଲ, ଟୁଥପେଷ୍ଟ ଇତ୍ୟାଦି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ବ୍ୟକ୍ତି ଜଣକ କାହିଁକି ଉଲଗ୍ନ ହୋଇ ଚୋରି କରୁଛି ତାହା ଜଣାପଡ଼ିନାହିଁ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘାଟଣାର ତଦନ୍ତ ଜାରି ରଖିଛି ।

ତେବେ ଦିନକୁ ଦିନ ବଢିଚାଲିଛି ଅପରାଧ । ଯେତେ କଠୋର ଦଣ୍ଡ ବିଧାନ ହେଲେ ସୁଦ୍ଧା ଅପରାଧୀ ଉପରେ ପଡୁନି ଫରକ୍ । ବିଭିନ୍ନ ସମୟରେ ନୂଆ ନୂଆ ଉପାୟ ଅବଲମ୍ବନ କରି ଲୁଟୁଛନ୍ତି ନିରିହ ଲୋକଙ୍କୁ । ଯାହା ପୋଲିସ୍ ପାଇଁ ପାଲଟିଛି ମୁଣ୍ଡ ବିନ୍ଧାର କାରଣ ।

Related Articles

Leave a Reply

Your email address will not be published. Required fields are marked *

Back to top button