ରାଜ୍ୟ

ଗାଧୋଉଥିବାବେଳେ ଭାସିଗଲା ୧୪ବର୍ଷର ପୁଅ ‘ସୋନୁ’, ପରିବାର ମ୍ରିୟମାଣ

ଝାରସୁଗୁଡା: ଭଗବାନ୍ ଇଏ ତୁମର କି ବିଚାର । ଦିନେ ନା ଦିନେ ମୃତ୍ୟୁ ତ ନିଶ୍ଚିତ । ହେଲେ ଏମିତି ଅକାଳ ମୃତ୍ୟୁ କାହିଁକି ପ୍ରଭୁ । କଣ ଥିଲା ତା ଭୁଲ୍ । ଟିକେ ତ ଖୁସି କରିବାକୁ ଚାଲିଯାଇଥିଲା ସାଙ୍ଗ ମାନଙ୍କ ସାଥୀରେ । ହେଲେ ଏମିତି ନେଇଗଲ ତାକୁ ଯେ, ସେ ଆଉ ଫେରିଲାନି । ସବୁଦିନ ପାଇଁ ଚାଲିଗଲା ଅଫେରା ରାଇଜକୁ । କେମିତି ସମ୍ଭାଳିବେ ସେଇ ବାପା ମାଆ ।

ଏଇତ ଜୀବନର ମାନେ କଣ ଜାଣୁଥିଲା । ପାଠ ପଢି ବଡ ମଣିଷ ହେବାରୁ ଆଶା ଦେଖୁଥିଲା । ହେଲେ ଅଧାରେ ରହିଗଲା ସବୁ କିଛି । ସବୁ ସ୍ୱପ୍ନରେ ପଡିଗଲା ପୂର୍ଣ୍ଣଛେଦ।

ଏ ଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି ସୁନା ପୁଅ ସୋନୁ । ସ୍ତବ୍ଧ ପୁରା ପରିବାର । ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଲାଲପଥର ଜଳ ପ୍ରପାତରେ ଗତକାଲି ଅପରାହ୍ନରେ ନିଖୋଜ ହୋଇଥିବା ନାବାଳକ ସୋନୁର କଥା ଆମେ କହୁଛୁ । ଯାହାର ମୃତଦେହ ଉଦ୍ଧାର ହୋଇଛି । ବେଲପାହାଡ ରେହେମତ ନଗରର ସୋନୁ ଆଲାମ । ସାଙ୍ଗ ମାନଙ୍କ ସହ ଲାଲ ପଥର ପିକନିକ ସ୍ପଟକୁ ଭୋଜି କରିବାକୁ ଯାଇଥିଲାଲେ ସୋନୁ । ହେଲେ ସିଏ କଣ ଜାଣିଥିଲା, ସେଠାରେ ତାକୁ ଜଗି ବସିଥିଲା କାଳ ।

ଯାହା ସୂଚନା ମିଳିଛି, ଲାଲପଥର ଜଳପ୍ରପାତରେ ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା ସୋନୁ । ଖବର ପାଇ ଲଖନପୁର ପୋଲିସ୍, ବେଲପାହାଡ ପୋଲିସ୍, ଝାରସୁଗୁଡା ଅଗ୍ନିଶମ ବିଭାଗ, ଲଖନପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ୫ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସୋନୁକୁ ମୃତ ଘୋଷଣା କରିଥିଲେ ।

ତେବେ ରବିବାର ସ୍କୁଲ ଛୁଟି ଥିବାରୁ ସକାଳେ ନିଜ ମାମୁଁଘରେ ରହି ପାଠ ପଢ଼ୁଥିବା ୧୪ବର୍ଷୀୟ ଏହେଜାନ ଆଲମ ଓରଫ ସୋନୁ ନିଜ ସାଙ୍ଗ ମାନଙ୍କ ସହ ଭୋଜି କରିବା ପାଇଁ ବାହାରିଥିଲା। ଭୋଜି ଖାଇବା ପୂର୍ବରୁ ଝରଣାରେ ଗାଧୋଇବା ପାଇଁ ଯାଇଥିଲା ।

ବେଲପାହାଡ଼ ପୌରାଞ୍ଚଳରୁ ପ୍ରାୟ ୧୦କିଲୋମିଟର ଦୂରରେ ଥିବା ଲାଲପଥର ଠାରେ ଝରଣାରେ ଗାଧୋଇବା ଯାଇଥିବା ବେଳେ ବୁଡିଯାଇ ଜୀବନ ହାରିଛି ସୋନୁ । ଯାହା କୁହାଯାଉଛି ସୋନୁର ଘର ରାଉରକେଲାଠାରେ । ସେ ଏଠାରେ ନିଜ ମାମୁଁ ଘରେ ରହି ପାଠ ପଢୁଥିଲା । ତେବେ ବାରମ୍ବାର କୁହାଯାଉଛି ପିଲାଙ୍କୁ ଏଭଳି ବିପଦପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ହେଲେ ପିଲାମାନେ ଶୁଣିବାକୁ ନାରାଜ । କେଇ ମିନିଟ୍ ର ଖୁସି ପାଇଁ

Related Articles

Leave a Reply

Your email address will not be published. Required fields are marked *

Back to top button