ଦେଶ- ବିଦେଶ

ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ଆୟୋଜନ ହେଲା ଯୋଟଯାଟ କାର୍ଯ୍ୟକ୍ରମ , ଭେଟି ଦେବାର ଏହି ପରମ୍ପରା ଏବେ ବେଶ ଚର୍ଚ୍ଚାରେ

ଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇ ଆସିଲେ ସବୁ ଲାଗେ ନୂଆଁ ନୂଆଁ । କୃଷି ଭିତ୍ତିକ ଏହି ପର୍ବରେ ଅନେକ ଅସହାୟ , ଦିବ୍ୟାଙ୍ଗ ଓ ଗରିବ ବ୍ୟକ୍ତି ବିଶେଷ ନୂଆଁ ଖାଇବାରୁ ବଞ୍ଚିତ ହେଉଥିବାରୁ ସମ୍ବିଧାନ ସୁରକ୍ଷା ମଞ୍ଚ ଏବଂ ପାଓ୍ବାର ଅଫ୍ ଦିବ୍ୟାଙ୍ଗ ପକ୍ଷରୁ ପ୍ରତିବର୍ଷ ଭଲି ଚଳିତ ବର୍ଷ ନୂଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।

ବରଗଡ଼ ସହର ସ୍ଥିତ ଗାନ୍ଧୀ ଭବନ ଠାରେ ଦିଆଯାଇଛି ନୂଆଁଖାଇର ସାମଗ୍ରୀ । ଯାହାକୁ ପାଇ ଅସହାୟ ଓ ଦିବ୍ୟାଙ୍ଗମାନେ ବେଶ ଖୁସି ଅଛନ୍ତି ।

ନୂଆଁଖାଇ ହେଉଛି ଭାଇଚାରର ପର୍ବ ତେଣୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏହି ପର୍ବରେ ସମସ୍ତେ ସାମିଲ ହୋଇଥାନ୍ତି । ଏହି ଯୋଟଯାଟ ପର୍ବରେ ସମସ୍ତେ ଅସହାୟମାନଙ୍କୁ ଭେଟି ଦେବାର ପରମ୍ପରା ଏବେ ବେଶ ଚର୍ଚ୍ଚାରେ । ଗୋଟିଏ ପଟେ ଅଧିକ ଖର୍ଚ୍ଚ ବହୁଳ ଭେଟଘାଟ ପର୍ବ ଚାଲିଆସୁଥିବା ବେଳେ ନିରାଡମ୍ବର ଭାବେ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରିବାର ପରମ୍ପରା ଦେଖିବାକୁ ମିଳିଛି ବରଗଡ଼ ସହରରେ । ଅନେକ ଶ୍ରେଣୀର ଲୋକେ ଏହାକୁ ପସନ୍ଦ କରୁଥିବା ସହ ଭାଇଚାରାର ଝଳକ ବୋଲି କହନ୍ତି । ଅନ୍ୟପଟେ ଏଭଳି ମହତ କାର୍ଯ୍ୟ ପାଇଁ ଆୟୋଜକଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ଆସନ୍ତା ୮ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ ହେବାକୁ ଥିବାବେଳେ ଏହା ପୂର୍ବରୁ ନୂଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

Related Articles

Leave a Reply

Your email address will not be published. Required fields are marked *

Back to top button