ଜାତି, ବୃତ୍ତି ସିନା ଅଲଗା ବନ୍ଧୁତ୍ୱ ଆମ ଧର୍ମ
ବାଲେଶ୍ଵର: ଏ ଦୃଶ୍ୟ ହେଉଛି ବାଲେଶ୍ୱର ଏକ ହୋଟେଲର । ଆପଣ ଦେଖୁଥିବା ଏହି ଦୁଇ ମଣିଷ ହେଉଛନ୍ତି ଦୁଇ ବନ୍ଧୁ । ସୁଖରେ ହେଉ ଅବା ଦୁଃଖ ରେ ଭାବବିନିମୟ ପାଇଁ ଟିକିଏ ଅବସର ଖୋଜନ୍ତି ଉଭୟେ । ଉଭୟେ ଯେହେତୁ ସମବୟସ୍କ ତେଣୁ ଆମ ସନ୍ଦେହ ସତ ହୋଇଥିଲା ଆଉ ଉଭୟେ ଯେ ସହପାଠୀ ତାହା ପ୍ରମାଣିତ ହୋଇଯାଇଥିଲା । ଉଭୟଙ୍କ ମନ, ଶରୀର ଓ ଆତ୍ମାକୁ ସେମାନଙ୍କ ଭଲପାଇବା ଓ ସ୍ନେହ ବନ୍ଧନ ଏଭଳି ବାନ୍ଧି ରଖିଛି ଯେ ସ୍କୁଲ ବୟସରୁ ଜୀବନର ଅର୍ଦ୍ଧାଧିକ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଅଲଗା କରିପାରି ନାହିଁ ।
ଥରେ ଭଲ କରି ଦେଖନ୍ତୁ ତ ଏମାନଙ୍କୁ । ଜଣେ ନୈଷ୍ଠିକ ବ୍ରାହ୍ମଣ ମୁଣ୍ଡରେ ଚିତା ଓ ଚୈତ୍ୟନ ଆଉ ଜଣକ ଦେହରେ ସଫେଦ କୁର୍ତ୍ତା ସାଙ୍ଗକୁ ସାମାନ୍ୟ ପାଚିଲା ଦାଢ଼ି ।
ହଁ ଅଜ୍ଞା, ଆମେତ କହୁଛୁ ଏମାନଙ୍କ ଧର୍ମ ଅଲଗା,ଜାତି ଅଲଗା ଓ ସମ୍ପ୍ରଦାୟ ଅଲଗା । ଏମାନଙ୍କ ବେଶଭୂଷା ପରି ପାଟି ବି ଅଲଗା । ଏମାନେ ଦୁହେଁ ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ । କିନ୍ତୁ ବାସ୍ତବିକ ଏମାନେ ଦୁଇଜଣ ସମ୍ପର୍କରେ ଦୁଇ ସାଙ୍ଗ ହୋଇଥାଇ ପାରନ୍ତି କିନ୍ତୁ ଆମେ କହୁଛୁ ଦୁଇଜଣ ଭଲ ମଣିଷ । ଜଣେ ସାଙ୍ଗ ହେଲେ ଅବଦୁଲ ହକିମ ବୃତ୍ତି ଜଣେ ବ୍ୟବସାୟୀ ବାଲେଶ୍ଵର ସହର ସୁଏଲପୁର ଅଞ୍ଚଳର । ଆଉ ଜଣେ ସାଙ୍ଗ ହେଲେ ଅଭୟ କୁମାର ଶତପଥୀ ଘର ଜୟଦେବ କସବା ବୃତ୍ତିରେ ନୈଷ୍ଠିକ କର୍ମକାଣ୍ଡ ବ୍ରାହ୍ମଣ ଓ ଜ୍ୟୋତିଷ ଶାସ୍ତ୍ର ବିଶାରଦ ।
ଏ ପରିଚୟ ବି ଆପଣକୁ ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ ବୋଲି ସ୍ପଷ୍ଟ କରିଦେଇଥିବ । କିନ୍ତୁ ସାମାଜିକ ଚାଲିଚଳନ , ରୀତିନୀତି ଓ ଆବଶ୍ୟକତା ଉଭୟ ଙ୍କ ବୃତ୍ତିକୁ ବାଣ୍ଟି ଦେଇ ଥାଇ ପାରେ ଧର୍ମକୁ ବାଣ୍ଟି ଦେଇଥାଇ ପାରେ ହେଲେ ସେମାନଙ୍କ ସଂପର୍କ କୁ ବାଣ୍ଟି ପାରିନାହିଁ । ସ୍କୁଲ ଜୀବନ ରୁ ଏବେ ଯାଏଁ । ଉଭୟେ ଉଭୟଙ୍କ ସମ୍ପର୍କକୁ ସୁଦୃଢ କରି ଆସିଛନ୍ତି । ବାହାର କଥାକୁ କେବେ ଏମାନେ ଧ୍ୟାନ ଦେଇନାହାନ୍ତି । ନିଜ ବିବେକ, ନିଜ ବିଚାରଧାରା ଓ ବିଶ୍ୱାସକୁ ପାଥେୟ କରି ଆଜି ଯାଏଁ ବାଟ ଚାଲି ଆସିଛନ୍ତି । କେବଳ ଦୁହିଁଙ୍କ ସମ୍ପକ ନୁହଁ ଦୁହିଙ୍କ ପରିବାର ମଧ୍ୟରେ ନିବିଡ଼ ସମ୍ପର୍କ । ମେଳା , ମହୋତ୍ସବ , ପାର୍ବଣ ରେ ସମସ୍ତେ ସାମିଲ ହୁଅନ୍ତି । ଏକାଠି ପାଳନ କରନ୍ତି । ଖାଲି ସେତିକି ନୁହଁ ହାକିମ ଙ୍କ ଆବଶ୍ୟକତାକୁ କେତେବେଳେ ଅଭୟ ପୂରଣ କରନ୍ତି ତ କେତେବେଳେ ଅଭୟଙ୍କ ଆବଶ୍ୟକତା କୁ ହାକିମ୍ ପୂରଣ କରନ୍ତି ।
ତେବେ ସ୍କୁଲ, କଲେଜ୍ ପାଠପଢ଼ା ପରେ ପରେ ଉଭୟେ ଅଲଗା ହୋଇ ଯାଇଥିଲେ । କିନ୍ତୁ ସମ୍ପର୍କ ତୁଟି ନଥିଲା । ଉଭୟଙ୍କ ଘର ଦୁରତ୍ଵ ୨୦ କିଲୋମିଟର ହୋଇ ପାରେ କିନ୍ତୁ ଗୋଟିଏ ଫୋନ୍ କଲ ରେ ୨୦ ମିନିଟ ଉଭୟେ ଏକାଠି ହୋଇ ଯାଆନ୍ତି । ଆଉ ସୁଖଦୁଃଖ ପାଇଁ କେତେବେଳେ କାଫେ ରେ ତ କେତେବେଳେ ବାଟ ଘାଟ ରେ ଏକ ହୋଇ ଯାଆନ୍ତି । ସ୍କୁଲ ଜୀବନ ରୁ ବ୍ୟକ୍ତି ଗତ ଜୀବନ ଯାଏଁ । ଏସବୁ କଥା କୁ ଗପିଲା ବେଳେ ଯେଭଳି ସମୟ ପାଏ ନାହିଁ ।
ବିଶ୍ଵର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ । ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଭାରତରେ ଧର୍ମ କୁ ନେଇ ହୁଏତ ଅଲଗା ଅଲଗା ମତମନ୍ତବ୍ୟ ଆସିଥାଇ ପରେ । ହେଲେ ଆମେ କହୁଛୁ ଧର୍ମ କୁ ପଛ କରି ଯଦି ସମ୍ପର୍କ କୁ ସତେଜ ଓ ଶକ୍ତ କରାଯାଇ ପାରନ୍ତା । ତାହେଲେ ବିଶ୍ୱରେ ଶାନ୍ତି ଆଉ ଶାନ୍ତି ପ୍ରତିଷ୍ଠା ହେବାସହ ବିଭେଦତା ଓ ଅପ୍ରସଙ୍ଗିକ କାର୍ଯ୍ୟକଳାପ ର ବିଲୋପ ଘଟନ୍ତା । ନିକଟରେ ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷକୁ ନେଇ କିଭଳି ପରିସ୍ଥିତି ଉପୁଜିଥିଲା ତାହା ତ ସମସ୍ତଙ୍କୁ ଜଣା । ଏହାରି ଭିତରେ ଏଇ ଦୁଇ ବନ୍ଧୁଙ୍କୁ ଦେଖିବା ପରେ ମନେ ହେଉଛି ଭାଇଚାରାର ଜ୍ୱଳନ୍ତ ଉଦାହରଣ ।
ହୁଏତ ଏ ଦୁଇ ବନ୍ଧୁ ଙ୍କ ସମ୍ପର୍କକୁ ଜଣେ ମୁସଲମାନ ଆଉ ହିନ୍ଦୁ ଭାବରେ ଆପଣ ଅଭିହିତ କରିପାରନ୍ତି । କିନ୍ତୁ ଏମାନଙ୍କ ସମ୍ପର୍କକୁ ସମାଜ ଆଗରେ ଯେତିକି ନିକିତି ରେ ତଉଲି ବା ପରେ ବି ଜାତି, ଧର୍ମ , ବର୍ଣ୍ଣ ର କୌଣସି ଅଂଶବିଶେଷ ମିଳିବ ନାହିଁ । ବରଂ ଗୋଟିଏ ଉତ୍ତମ ବନ୍ଧୁତ୍ୱ କିଭଳି ସମାଜକୁ ଶାନ୍ତି ଓ ସଦଭାବନା ର ବାର୍ତ୍ତା ଦେବ ତାହା ହିଁ ପ୍ରମାଣିତ କରିବ ।