ଦେଶ- ବିଦେଶ

ଆପଣ ବି ଫିଟ୍ ରହିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ..

ନୂଆଦିଲ୍ଲୀ,୩୧/୮:ଆଜିକାଲି ମୋଟାପଣ ମୁଖ୍ୟ ସମସ୍ୟା ପାଲଟିଛି । ସୁସ୍ଥ ଶରୀର ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସମସ୍ତେ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ସହ ଶାରିରୀକ ପରିଶ୍ରମ, ବ୍ୟାୟାମ, ଯୋଗ କରିବା ଆବଶ୍ୟକ । ମାତ୍ର ସମୟ ଅଭାବରୁ ଲୋକମାନେ ଯଥେଷ୍ଟ ଶାରିରୀକ ପରିଶ୍ରମ କରୁନଥିବା ବେଳେ ଜଙ୍କଫୁଡ୍ ଭଳି ଅସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଛନ୍ତି ।

ଯେଉଁଥିପାଇଁ ପିଲାଠୁ ବୁଢା ସମସ୍ତେ ମୋଟାପଣର ଶିକାର ହୁଅନ୍ତି । ଯଦି ଆପଣ ସୁସ୍ଥ ଶରୀର ଚାହୁଁଛନ୍ତି, ତାହେଲେ କିଛି ଟିପ୍ସ ଆପଣାଇ ସହଜରେ ଏହା କରିପାରିବେ ।

ପୋଷଣ ଯୁକ୍ତ ଖାଦ୍ୟ ଖାଆନ୍ତୁ: ଫିଟ୍ ରହିବା ପାଇଁ ଶରୀରକୁ ଉପଯୁକ୍ତ ପୋଷଣ ମିଳିବା ଆବଶ୍ୟକ । ତେଣୁ ନିଜର ଖାଦ୍ୟ ଥାଳିରେ ପାଳଙ୍ଗ, ଟମାଟୋ, କନ୍ଦମୂଳ, ଲିଫ୍ କ୍ୟାବେଜ ଭଳି ବିଭିନ୍ନ ରଙ୍ଗୀନ ପରିବା ସହ ଅଣ୍ଡା, ମାଛ ଓ ଶସ୍ୟ ଜାତୀୟ ଖାଦ୍ୟ ସାମିଲ କରନ୍ତୁ ।

ଅଧା ପେଟ ଖାଆନ୍ତୁ: ଯଦି ବାହାର ଭୋଜନ କରୁଛନ୍ତି, ତାହେଲେ ପେଟ ଫୁଲ୍ ହେବା ଯାଏ ଖାଆନ୍ତୁ ନାହିଁ । ସବୁବେଳେ ଅଧା ପେଟ ଭୋଜନ କରନ୍ତୁ । ସେହିପରି ଯଥେଷ୍ଟ ନିଦ ଶୋଇବାକୁ ଚେଷ୍ଟା କରନ୍ତୁ ।

ଶାରିରୀକ ପରିଶ୍ରମ କରନ୍ତୁ: ସପ୍ତାହରେ ଅତି କମରେ 150 ମିନିଟ୍ ବିଭିନ୍ନ ଶାରିରୀକ ଗତିବିଧି ଯେମିତିକ, ସାଇକେଲ ଚଳାଇବା, ଦୌଡିବା ପାଇଁ ଚେଷ୍ଟା କରନ୍ତୁ ।

ବାହାରେ ବୁଲାବୁଲି କରନ୍ତୁ: ସବୁବେଳେ ନିଜ ଶରୀରକୁ ସକ୍ରିୟ ରଖିବା ଉଚିତ୍ । ଏଥିପାଇଁ ଆପଣ ପ୍ରତିଦିନ ପାର୍କରେ ଚଲାବୁଲା କରିପାରିବେ । ଅଥବା ନିଜ ପରିବାର, ପଡୋଶୀ ଓ ସାଙ୍ଗମାନଙ୍କ ବାହାରେ ବୁଲାବୁଲି କରିପାରିବେ । ଯଦି ଆପଣଙ୍କ ପାଖରେ ସମୟ କମ୍ ଥାଏ, ତାହେଲେ ଦିନକୁ ଦୁଇ ଥର ଅଳ୍ପ ସମୟ ବାହାର କରି ବ୍ୟାୟାମ କରନ୍ତୁ ।ଏହିସବୁ ଅଭ୍ୟାସକୁ ଆପଣାଇ ଆପଣ ନିଜର ଓଜନ ନିୟନ୍ତ୍ରଣ କରିପାରିବେ ଓ ଫିଟ୍ ରହିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button