ଦେଶ- ବିଦେଶ

ବାଇକ୍ ହୋଇଗଲା ରିକ୍ସା ! ୭ ଜଣ କରିପାରିବେ ଯାତ୍ରା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ରିକ୍ସାର ଫଟୋ ଭାଇରାଲ ହେଉଛି ଯାହାକୁ ଏକ ବାଇକରୁ ପ୍ରସ୍ତୁତ କରାଯାଇଛି । ଏକ ବାଇକକୁ ମୋଡିଫାଏ କରାଯାଇ ରିକ୍ସାରେ ପରିବର୍ତ୍ତନ କରାଯାଇଛି । ଏହି ରିକ୍ସାର ଡିଜାଇନ ସମସ୍ତଙ୍କୁ ପସନ୍ଦ ଆସୁଛି । ଭିଡିଓ ଅନୁସାରେ ଏଥିରେ ଯେଉଁ ରିକ୍ସା ନଜର ଆସୁଛି ତାହା ହୋଣ୍ଡାର ଏକ ୧୨୫ ସିସି ବାଇକରୁ ପ୍ରସ୍ତୁତ ହୋଇଛି ।

ବାଇକରେ ଏକ ରିକ୍ସାର ବଡି ଏଥିରେ ଫିକ୍ସ କରାଯାଇଛି । ଆଗପଟୁ ଏହା ବାଇକ ଏବଂ ପଛ ଭାଗରୁ ଏହା ରିକ୍ସା ଭଳି ଦେଖାଯାଉଛି ।

ଜଣେ ଚାଳକଙ୍କୁ ମିଶାଇ ଏଥିରେ ୭ ଜଣ ଯାତ୍ରା କରିପାରିବେ । ପଛ ଭାଗରେ ବସିବା ପାଇଁ ଏଥିରେ ଯଥେଷ୍ଟ ସ୍ଥାନ ରହିଛି । ରିକ୍ସାକୁ ସୁନ୍ଦର କରିବା ପାଇଁ ଏଥିରେ ଆଲୟ ହ୍ବିଲ୍ ଦିଆଯାଇଛି । ବାଇକକୁ ରିକ୍ସା କରିବା ପାଇଁ ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ୭ ଜଣ ବସିବା ପରେ ମଧ୍ୟ ଏହି ଗାଡି ୪୦ କିଲୋମିଟର ଯାତ୍ରା କରିପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button