ଦେଶ- ବିଦେଶ

ବିମାନରେ ୱାଇ-ଫାଇ ସେବା ଆରମ୍ଭ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍‌ ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି। ଏଭଳି ସେବା ପ୍ରଦାନ କରିବାରେ ଭିସ୍ତାରା ହେଉଛି ଦେଶରେ ପ୍ରଥମ। କମ୍ପାନି ଏହାର ବୋଇଂ ୭୮୭-୯ ଡ୍ରିମ୍‌ଲାଇନର୍‌ ଓ ଏୟାରବସ୍‌ ଏ୩୨୧ ନିଓ ଭଳି ଅନ୍ତର୍ଜାତୀୟ ବିମାନରେ ଯାତ୍ରୀମାନଙ୍କୁ ୨୦ ମିନିଟ୍‌ ପାଇଁ ମାଗଣାରେ ୱାଇ-ଫାଇ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରୁଛି।

କମ୍ପାନି ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନେ ୨୦ ମିନିଟ୍‌ର ମାଗଣା ୱାଇ-ଫାଇ ବ୍ୟବହାର କରିପାରିବେ। ଯେଉଁମାନେ ଅଧିକ ସମୟ ସେହି ସୁବିଧା ବ୍ୟବହାର କରିବାକୁ ଚାହୁଛନ୍ତି ସେମାନେ ନିଜର ଡେବିଟ୍ କିମ୍ବା କ୍ରେଡିଟ୍‌ କାର୍ଡ ବ୍ୟବହାର କରି ବିଭିନ୍ନ ପ୍ଲାନ୍‌ କିଣିପାରିବେ।

ନିଜର ଇ-ମେଲ୍ ଜରିଆରେ ଯାତ୍ରୀମାନଙ୍କୁ ଓଟିପି ମିଳିବ ଯାହାକୁ ବ୍ୟବହାର କରି ସେମାନେ ପ୍ଲାନ୍‌କୁ ସକ୍ରିୟ କରିପାରିବେ। ପ୍ରଥମ ଭାରତୀୟ ଏୟାରଲାଇନ୍ ଭାବେ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରି ଆମେ ଆନନ୍ଦିତ ବୋଲି କମ୍ପାନିର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଦୀପକ ରାଜାୱତ୍ କହିଛନ୍ତି। ଏହି ସେବା ଯାତ୍ରୀମାନଙ୍କ ଯାତ୍ରାକୁ ଆହୁରି ସହଜ ଓ ନିରବଚ୍ଛିନ୍ନ କରିବ ଏବଂ ସେମାନଙ୍କ ଉତ୍ପାଦକତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button