ରାଜ୍ୟ

ଗୋଚାଲାଣ ଗାଡ଼ି ଜବତ: ୨ ଗିରଫ

ସୋର: ବାଲେଶ୍ୱର ଜିଲ୍ଲା ସୋରର ବାରିକପୁର ହାଟରେ ଗୋଚାଲାଣ ହେଉଥିବାବେଳେ ପୁଲିସ ଏକ ଗାଡ଼ିକୁ ଜବତ କରିବା ସହ ଏଥିରେ ବୋଝେଇ ହୋଇଯାଉଥିବା ଗୋରୁଙ୍କୁ ଉଦ୍ଧାର କରିଛି।

ଓଡ଼ିଶାରୁ ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଏହି ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଗୋରୁ ବୋଝେଇ ହୋଇ ଯାଉଥିବା ମିନି ଟ୍ରକ୍‌କୁ ଜବତ କରାଯାଇଛି।

ଅଧିକ ପଢ଼ନ୍ତୁ: ପଡୋଶୀ ହତ୍ୟାକାରୀକୁ ଆଜୀବନ ଜେଲ୍‌ :ବିବାହ ଭୋଜିରେ ଘଟିଥିଲା ହତ୍ୟାକାଣ୍ଡ

ଉଦ୍ଧାର ଗୋରୁଙ୍କୁ ସୋର ଗୋଶାଳାରେ ଛଡ଼ାଯାଇଛି। ଗୋ ମାଫିଆ ମାନେ ଅତି ଦୟନୀୟ ଅବସ୍ଥାରେ ଗୋରୁଙ୍କୁ କଣ୍ଟେନରରେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ।
ଏ ନେଇ ଖବର ପାଇବା ପରେ ବାଟରେ ଜଗି ବସିଥିବା ସୋର ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button