ରାଜ୍ୟ

ଶିକ୍ଷାନୁଷ୍ଠାନକୁ ଅଧ୍ୟାପକ, ଶିକ୍ଷକ ଚିନ୍ତା: ୧୭ ବିଶ୍ୱବିଦ୍ୟାଳୟରେ ୧୧୮୭ ପଦବି ଖାଲି

ଭୁବନେଶ୍ୱର,୩୧/୦୮: ରାଜ୍ୟରେ ଥିବା ୧୭ ବିଶ୍ୱବିଦ୍ୟାଳୟରେ ୧୧୮୭ ପଦବି ଖାଲି ପଡ଼ିଛି । ଏହି ଖାଲି ପଦବି ପୂରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏହି ପଦବି ପୂରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି । ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୧୯୧୧ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବି ରହିଛି ।

ଏଥିରୁ ୭୨୪ଟି ପଦବିରେ ଅଧ୍ୟାପକ ଓ ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି ।

୧୧୮୭ଟି ପଦବି ଖାଲି ପଡ଼ିଛି । ୨୨୫ଟି ପ୍ରଫେସର ପଦବି ଖାଲି ପଡ଼ିଥିବାବେଳେ ୪୦୧ଟି ଆସୋସିଏଟ ପ୍ରଫେସର ପଦବି ଖାଲି ଅଛି । ସେହିଭଳି ୫୬୧ଟି ସହକାରୀ ପ୍ରଫେସର ପଦ ଫାଙ୍କା ଅଛି ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି । ଖାଲି ପଦବି ପୂରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ୧୪୯୭ଟି ଅଧ୍ୟାପକ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ୬୭୫ ଅତିଥି ଅଧ୍ୟାପକଙ୍କୁ ନେଇ ପାଠପଢ଼ା ଚାଲିଛି । ବିଭିନ୍ନ ଜିଲ୍ଲାରେ ଥିବା ୬୬ଟି ସରକାରୀ ମହାବିଦ୍ୟାଳୟରେ ମୋଟ ୨୩୯୮ଗୋଟି ମଞ୍ଜୁରିପ୍ରାପ୍ତ ଅଧ୍ୟାପକ ପଦବି ରହିଛି । ଏବେ ୧୬୭୪ଜଣ କାମ କରୁଛନ୍ତି । ୨୪୯ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓ ଷ୍ଟାଣ୍ଡ ଏଲୋନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିୟୋଜିତ ଅଛନ୍ତି । ମୋଟ ୪୭୫ଟି ପଦବି ଖାଲି ରହିଛି । ଏଥିରୁ ୩୮୫ଟି ଅଧ୍ୟାପକ ପଦବି ପୂରଣ ପାଇଁ ଓପିଏସ୍ସି ବିଜ୍ଞପ୍ତି ବାହାର କରିଛି । ସରକାରୀ ଡିଗ୍ରୀ କଲେଜରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ ପାଇଁ ଓପିଏସ୍ସିକୁ ଚୟନ ପାଇଁ କୁହାଯାଇଛି । ଚୟନ ପରେ ଖାଲିଥିବା ଅଧ୍ୟାପକ ପର୍ଯ୍ୟାୟକ୍ରମେ ପୂରଣ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ତଥ୍ୟ ରଖିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button