କେଉଁ ଅଭ୍ଯାସ ପାଇଁ ଘରକୁ ଆସିଥାଏ ଦରିଦ୍ରତା ଓ ଦେଖାଦିଏ ଆର୍ଥିକ ସଙ୍କଟ ?

। ସୂଚନା ଅନୁସାରେ ଘରେ ଯଦି ଦରିଦ୍ରତା ସବୁବେଳେ ଲାଗି ରହୁଥାଏ । ତେବେ ଘରେ ବିଭିନ୍ନ ପ୍ରକାର ସମସ୍ଯାମାନ ଲାଗି ରହିଥାଏ। ତେଣୁ ଘରେ ଦାରିଦ୍ରତା ଦୂର କରିବା ପାଇଁ କେଉଁ ସବୁ ଉପାୟ କରିବା ଚାଲନ୍ତୁ ଜାଣିବା । ଘରେ ଥିବା ମାଠିଆରେ ମୁହଁ ଲଗାଇ ପାଣି ପିଇବା ଉଚିତ ନୁହେଁ । ନଚେତ ଘରେ ଦରିଦ୍ରତା ବୃଦ୍ଧି ହୋଇଥାଏ । ଅନ୍ଧାର ଜାଗାରେ ଖାଦ୍ୟ ଖାଇବା ଅନୁଚିତ ।
ନଚେତ ଏହା ଅଶୁଭ ହେବା ସହିତ ଆର୍ଥିକ ସ୍ଥିତିରେ ଖରାପ ଆସିଥାଏ । ରାତି ସମୟରେ ଘରେ କେବେ ଝାଡୁ ଲଗାଇବା ଅନୁଚିତ । ନଚେତ ଏହା ଅର୍ଥ ସମସ୍ଯା ଉପୁଯାଇଥାଏ । ଘରେ ବୁଢିଆଣୀ ବସା ହେବାକୁ ଦେବା ଅନୁଚିତ । ନଚେତ ଘରେ ଅର୍ଥର ଘୋର ଅଭାବ ଆସିଥାଏ । ଘରେ ଜୋତା ଚପଲ ଓଲଟା ପକାଇବା ଅନୁଚିତ । ନଚେତ ଏହା ଘରେ ଅଶୁଭତ୍ଵ ବୃଦ୍ଧି କରିଥାଏ ।
ଧୂପକାଠି ଲଗାଇବା ସମୟରେ ମୁହଁରେ ଧୂପକାଠିକୁ ଲିଭାଇବା ଉଚିତ ନୁହେଁ । ଏହା ଶୁଭ ହୋଇନଥାଏ । ଘରେ ବ୍ଯବହାର କରାଯାଉଥିବା ରଶୁଣ ଓ ପିଆଜ ଚୋପାକୁ କେବେ ଅଗ୍ନୀରେ ପୋଡିବା ଅନୁଚିତ । ଏହା ଘରେ ଅର୍ଥ ସମସ୍ଯା ଡାକି ଆଣିଥାଏ । ରାତି ସମୟରେ ଯଦି କୌଣସି ଲୋକ ଅତି ଆବଶ୍ୟକତା ସାମଗ୍ରୀ ମାଗିଥାଏ । ତେବେ ମନା କରିବା ଉଚିତ ହୋଇନଥାଏ ।
ପିଇବା ପାଣିକୁ ଖୋଲା ରଖିବା ଉଚିତ ନୁହେଁ । ଏହା ଆର୍ଥିକ ସ୍ଥିତିରେ ଦୁର୍ବଳ ଆଣିଥାଏ । କୌଣସି ଗଛ ମୂଳରେ ପରିସ୍ରା କରିବା ଅନୁଚିତ । ଚିରା ଫଟା ପୋଷାକ ପିନ୍ଧିବା ଉଚିତ ନୁହେଁ । ଏହା ଘରେ ଦରିଦ୍ରତା ଆହୁରି ବଢାଇଥାଏ । ମହିଳା ମାନେ ଠିଆ ହୋଇ କେଶ ବାନ୍ଧିବା ଉଚିତ ହୋଇନଥାଏ । ଦାନ୍ତରେ କେବେ ନଖ ଛିଡାଇବା ଉଚିତ ନୁହେଁ । ଏହା ଦ୍ଵାରା ସ୍ଵାସ୍ଥ ସମସ୍ଯା ଦେଖା ଦେଇଥାଏ ।
ଖାଇବା ସମୟରେ ରୁଟିକୁ ଦାନ୍ତରେ ନଛିଡାଇ ହାତରେ ଛିଡାଇ ଖାଇବା ଉଚିତ । ଘରକୁ ଆସୁଥିବା ଅତିଥିଙ୍କର ଅସମ୍ମାନ କରିବା ଉଚିତ ନୁହେଁ । ଘରେ ଅଦରକାରୀ ଓ ଅଳିଆ ଜମା କରି ରଖିବା ଅନୁଚିତ । ଏପରି ଜିନିଷ ରଖିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ବଢିବା ସହିତ ଅର୍ଥ ସମସ୍ଯା ଦେଖାଯାଇଥାଏ।ଭାଙ୍ଗିଯାଇଥିବା ପାନିଆରେ ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ ।
ଏହା ଅଶୁଭ ହେବା ସହିତ ଘରେ ଟଙ୍କାର ଅଭାବ ଆଣିଥାଏ । ତେବେ ଏହି ସବୁ ନୀତି ନିୟମକୁ ମାନି ଚଳିବା ଦ୍ଵାରା ଘରେ ଦରିଦ୍ରତା ଦେଖାଯାଇନଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ ।