ଦେଶ- ବିଦେଶ

ଆସନ୍ତୁ ଜାଣିବା ଶରୀରର କେଉଁ ଜାଗାରେ କଳାଜାଇ ଥିଲେ, ବ୍ୟକ୍ତି ହୋଇଥାଏ ଭାଗ୍ୟବାନ ଏବଂ କେଉଁ ଜାଗାରେ କଳାଜାଇ ଥିଲେ ବ୍ୟକ୍ତି କୁ ଦୁର୍ଭାଗ୍ୟ ପିଛା ଛାଡେ ନାହିଁ।

ସଂସାରର ସବୁ ମନୁଷ୍ୟଙ୍କ ଶରୀରରେ କଳାଜାଇ ଥାଏ ଏବଂ ଏହି କଳାଜାଇ ଆପଣଙ୍କ ଭାଗ୍ୟ, ଭବିଷ୍ୟ ଏବଂ ଆପଣଙ୍କୁ ଜୀବନରେ କେତେ ସଫଳତା ମିଳିବ ତାହା ଦର୍ଶାଇଥାଏ କିନ୍ତୁ ଶରୀରରେ ଥିବା ସମସ୍ତ କଳାଜାଇ କେବଳ ଶୁଭ ହେବ ଆପଣଙ୍କୁ ଲାଭ ଦେବ ଏହା ବିଲକୁଲ ନୁହେଁ। ସାମୁଦ୍ରିକ ଶାସ୍ତ୍ରରେ କଳାଜାଇକୁ ଜଡ଼ିତ ଅନେକ ରହସ୍ୟ ବିଷୟରେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା…

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ନାକ ଉପରେ କଳାଜାଇ ଥାଏ ଏପରି ବ୍ୟକ୍ତି ସ୍ୱାଭିମାନୀ ହୋଇଥାଆନ୍ତି ସେ ସର୍ବଦା ନିଜର ଦୃଢ଼ ଇଛା ଶକ୍ତି ଦ୍ୱାରା ଆଗକୁ ବଢ଼ି ଥାଆନ୍ତି। ନାକ ଉପରେ କଳାଜାଇ ରହିବା ହେତୁ ଏମାନଙ୍କ ସ୍ଵଭାଵ ଟିକେ ନଖରା ଦେଖାଇବା ଭଳି ହୋଇଥାଏ।

ଯେଉଁ ବ୍ୟକ୍ତିର ହାତର ପାପୁଲି ମଝିରେ କଳାଜାଇ ରହିଥାଏ, ଏମିତି ବ୍ୟକ୍ତିଙ୍କୁ ସବୁବେଳେ ଶୁଭ ମନାଯାଇଥାଏ। ଶାସ୍ତ୍ର ଅନୁସାରେ ଏମାନଙ୍କ କୌଣସି କାର୍ଯ୍ୟ ଅଟକି ରହି ନଥାଏ କିନ୍ତୁ ଏମାନଙ୍କ ଭାଗ୍ୟ ଟିକେ ବିଳମ୍ବରେ ଉଦୟ ହିଁ ହୋଇପାରିଥାଏ। ଏମାନଙ୍କ ପାଖରେ କେବେବି ଧନର କମୀ ହୋଇନଥାଏ। ଏମିତି ବ୍ୟକ୍ତି ସ୍ୱଭାବରେ ମନ ମୋହିନେଲା ଭଳି ହୋଇଥାଆନ୍ତି।

ଗୋଡ଼ର ଆଙ୍ଗୁଳିରେ କଳାଜାଇ ରହିଥିଲେ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଧନର ଲାଭ ଅବଶ୍ୟ ମିଳିଥାଏ କିନ୍ତୁ ଏପରି ବ୍ୟକ୍ତି ବୁଲା ବୁଲି କରିବା ମୌଜ ମସ୍ତି କରିବା ଇଛା ରଖିଥାଆନ୍ତି। ଏହି କାରଣରୁ ଏମାନଙ୍କ ପାଖରେ ବେଶୀ ଧନ ନଥିଲେ ମଧ୍ୟ ଏମାନେ ଜୀବନକୁ ଖୁବ ଉପଭୋଗ କରିଥାଆନ୍ତି।

ହାତର ମଝି ଆଙ୍ଗୁଳିରେ କଳାଜାଇ ରହିବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏପରି କଳାଜାଇ ବହୁତ ଲୋକଙ୍କ ହାତରେ ଦେଖା ଯାଇଥାଏ ଏବଂ ଯେଉଁ ବ୍ୟକ୍ତି ହାତରେ ଏଭଳି କଳା ଜାଇ ରହିଥାଏ ଏପରି ବ୍ୟକ୍ତି କର୍ମ ଏବଂ ସ୍ଵଭାବର ଦୁଇଟିରେ ଧନୀ ହୋଇ ଥାଆନ୍ତି। ଏପରି ବ୍ୟକ୍ତି ନିଜ ଭାଗ୍ୟ ନିଜେ ଲେଖିବାକୁ ଇଛା ରଖିଥାଆନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button