ଦେଶ- ବିଦେଶ

କବିତାଙ୍କ ନ୍ୟାୟିକ ହାଜତ ମିଆଦ ୨ ସପ୍ତାହ ବଢ଼ିଲା – Kalinga News

[ad_1]

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ କବିତାଙ୍କ ନ୍ୟାୟିକ ହାଜତ ମିଆଦ ଦିଲ୍ଲୀ କୋର୍ଟ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି। ଇଡି ଏବଂ ସିବିଆଇ ମାମଲା ପାଇଁ ସ୍ବତନ୍ତ୍ର ବିଚାରପତି କାବେରୀ ବାୱେଜା କବିତାଙ୍କ ହାଜତ ମିଆଦ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୋର୍ଟ ସୋମବାର ଦିନ କବିତାଙ୍କୁ ଅନ୍ତରୀଣ ଜାମିନ ଦେବାପାଇଁ ମନା କରିଦେଇଥି‌ଲେ। କବିତା କେବଳ ଏହି ମାମଲାରେ ପ୍ରମାଣ ନଷ୍ଟ କରିନାହାନ୍ତି ବରଂ ସେ ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବାପାଇଁ ଚେଷ୍ଟା କରିଛନ୍ତି ବୋଲି ବିଚାରପତି କହିଥିଲେ। ଇଡି ଅଭିଯୋଗ ଅନୁଯାୟୀ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ସାିଉଥ ଗ୍ରୁପର ଜଣେ ପ୍ରମୁଖ ସଦସ୍ୟ। ମଦ ଲାଇସେନ୍ସରେ ଏକ ବଡ଼ ସେୟାର ପାଇବାପାଇଁ ସାଉଥ ଗ୍ରୁପ ଆପ୍‌ ଦଳକୁ ୧୦୦ କୋଟିରୁ ଅଧିକ ଟଙ୍କାର ଲାଞ୍ଚ ଦେଇଛି ବୋଲି ଇଡି ଦାବି କରିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button