ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଭଲ ଲୋକଙ୍କ ମୃତ୍ୟୁ ଜଲ୍ଦି କାହିଁକି ହୋଇ ଯାଇଥାଏ ?

। ମୃତ୍ୟୁ ଏହି ଧରାପୃଷ୍ଠ ର ଏକ ଏପରି ସତ୍ୟ ଯାହାକୁ ବଦଳାଇ ଯାଇ ହେବ ନାହିଁ । କିଛି ଲୋକ ଙ୍କର ମୃତ୍ୟୁ ବାର୍ଦ୍ଧକ୍ୟ ଆସିବା ପରେ ମଧ୍ୟ ହୋଇ ନଥାଏ । ପୁଣି ସେହି ସ୍ଥାନରେ କିଛି ଲୋକଙ୍କର ମୃତ୍ୟୁ ଯୁବା ବସ୍ଥା ରୁ ହିଁ ହୋଇ ଯିବାର ଦେଖା ଯାଇଥାଏ । କିଛି ଲୋକ କାରଣ ରୁ ମୃତ୍ୟୁ କୁ ପ୍ରାପ୍ତ ହୋଇଥିବା ବେଳେ ପୁଣି କିଛି ଲୋକ ଅକାରଣ ରେ ଅସମୟ ରେ ମୃତ୍ୟୁ କୁ ପ୍ରାପ୍ତ ହୋଇଥାନ୍ତି ।
ବନ୍ଧୁଗଣ ଆମର ହିନ୍ଦୁ ଧର୍ମର ବେଦ ଶାସ୍ତ୍ର ଅନୁସାରେ କଳିଯୁଗ ରେ ମନୁଷ୍ୟ ର ଆୟୁ ୧୦୦ ବର୍ଷ ବୋଲି ଲିପିବଦ୍ଧ ହୋଇ ରହିଛି । ଏବଂ ଏଅପରି ହେଉ ମଧ୍ୟ ଥିଲା ପୂର୍ବେ ଲୋକ ମାନେ ୧୦୦ ବା ୧୦୦ ରୁ ଉର୍ଦ୍ଧ ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିଲେ । କିନ୍ତୁ ବର୍ତ୍ତମାନ ର ସମୟରେ ଯଦି କେହି ବ୍ୟକ୍ତି ୧୦୦ କଣ ଯଦି ୧୦୦ ବର୍ଷ ର ପାଖା ପାଖି ମଧ୍ୟ ଯଦି ଜୀବିତ ହୋଇଗଲା, ତେବେ ସମସ୍ତେ ଏହାକୁ ଏକ ଚମତ୍କାର ବୋଲି ଭାବିଥାନ୍ତି ।
ବନ୍ଧୁଗଣ ଆଜିର ସମୟରେ ବହୁତ କମ ଲୋକ ହିଁ ଥାନ୍ତି, ଯେଉଁମାନେ ନିଜ ଜୀବନ ରେ ୧୦୦ ବସନ୍ତ ଦେଖିଥାନ୍ତି । ପୁଣି ସେଥି ମଧ୍ୟରୁ କିଛି ଏପରି ଲୋକ ଥା’ନ୍ତି ଯେଉଁମାନେ କି ଅନେକ କମ ବୟସ ରୁ ହିଁ ଏହି ସଂସାରରୁ ବିଦାୟ ନେଇ ଯାଇଥାନ୍ତି । ବନ୍ଧୁଗଣ ଆପଣ ନିଶ୍ଚୟ କେବେ ନା କେବେ ଶୁଣିଥିବେ । ଭଗବାନ ଭଲ ଲୋକଙ୍କୁ ହିଁ କାହିଁକି ସଂସାର ରୁ ଶୀଘ୍ର ନେଇ ଯାଇଥାନ୍ତି । କିନ୍ତୁ ଏପରି କାହିଁକି ହୋଇଥାଏ କି ଭଗବାନ ସଫା ହୃଦୟର ବ୍ୟକ୍ତି ମାନଙ୍କୁ କାହିଁକି ଶୀଘ୍ର ଏହି ସଂସାର ରୁ ନେଇ ଯାଇଥାନ୍ତି ।
ବନ୍ଧୁଗଣ ଧର୍ମ ଯାହା ହେଉ ନା କାହିଁକି ପ୍ରତେକ ଧର୍ମରେ ଏହା ରହି ଅଛି ଯେ ଏହି ସଂସାରରେ ଯେ କେହି ବି ଆସିଥାଏ, ତାକୁ ଦିନେ ନା ଦିନେ ଏହି ସଂସାର ଛାଡି ଯିବାକୁ ପଡିଥାଏ । ବନ୍ଧୁଗଣ ଆମର ସନାତନ ଧର୍ମ ଅନୁସାରେ ଯେତେବେଳେ ଏକ ଶିଶୁ ଜନ୍ମ ନେଇଥାଏ, ତାର ଛ’ଦିନ ପରେ ହିଁ ସ୍ଵୟଂ ବ୍ରହ୍ମା ନିଜେ ସେହି ପିଲାଟିର ସଂପୂର୍ଣ୍ଣ ଜୀବନ କାଳ ରଚନା କରି ଯାଇଥାନ୍ତି ।
ଏପରିକି ତାର ମୃତ୍ୟୁ ର କାଳ ମଧ୍ୟ । ତେଣୁ ତାର ସମୟ ଅନୁସାରେ ଭବିଷ୍ୟତ ରେ ଅତର ମୃତ୍ୟୁ ହୋଇ ଯାଇଥାଏ । ତାହାଛଡା ଭଲ ଲୋକ ଏନକେଆର ଶୀଘ୍ର ମୃତ୍ୟୁ ହେବା ପଛରେ ଅନ୍ୟ ଏକ କାରଣ ଥିବାର ମଧ୍ୟ ଦେଖାଯାଏ, ଯେପରିକି ଭଗବାନ ସମସ୍ତ ଙ୍କୁ ଏହି ମର୍ତ୍ୟ ଲୋକ କୁ କିଛି ବିଶେଷ ଉଦ୍ଦେଶ୍ୟ ନେଇ ହିଁ ପଠାଇଥାନ୍ତି ।
ସେହିପରି କୁହାଯାଇଥାଏ କି ଭଲ ଲୋକ ମାନେ ସେମାନଙ୍କର ଉଦ୍ଦେଶ୍ୟ କୁ ସମୟରେ ବୁଝିପାରି ଭଲ କର୍ମ କରିଥାନ୍ତି ଓ ସେମାନଙ୍କର ଉଦ୍ଦେଶ୍ୟ କର୍ମ ଶେଷ ହେବା ପରେ ସେମାନେ ଏହି ସଂସାରରୁ ଭଗବାନଙ୍କ ପାଖକୁ ଚାଲି ଯାଇଥାନ୍ତି । ବନ୍ଧୁଗଣ କୁହାଯାଇଥାଏ ଏହି ସଂସାର କୁ ସମସ୍ତେ ଖାଲି ହାତରେ ଆସନ୍ତି ଓ ଖାଲି ହାତରେ ହିଁ ଯାଆନ୍ତି ।