ଭୁଲରେ ବି ଘରେ ରଖନ୍ତୁ ନାହିଁ ଏହି 7 ଟି ଜିନିଷ, ସାରା ଜୀବନ ଦୁଃଖ ଦରିଦ୍ରତାରେ କଟେ ଜୀବନ

। ଯଦି ଘରେ ସବୁ ଜିନିଷ ଗୁଡିକୁ ଠିକ ଭାବରେ ଠିକ ସ୍ଥାନ ରେ ରକ୍ଷା ଯାଇଥାଏ, ତେବେ ଘର ସୁନ୍ଦର ଦେଖାଯିବା ସହ ଆମର ଦୈନଦିନ ଜୀବନ ମଧ୍ୟ ସରସ ଓ ସୁନ୍ଦରମୟ ହୋଇଯାଇଥାଏ । ତାହାଛଡା ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘର ସବୁବେଳେ ସଫା ସୁନ୍ଦର ହୋଇ ରହିଥାଏ, ତେବେ ଘରେ ରହୁଥିବା ଲୋକ ମାନଙ୍କର ଜୀବନ ମଧ୍ୟ ସୁଖ ଶାନ୍ତି ରେ ଭରିଯାଏ । ତେଣୁ ଘର କୁ ସଜାଡି ରଖିବା ଏକ ଅତ୍ୟନ୍ତ ଭଲ ଅଭ୍ଯାସ ହୋଇଥାଏ ।
ବନ୍ଧୁଗଣ ବେଳେ ବେଳେ ଘର ସଜାଡିବା ସମୟରେ ଅନେକତର ଆମେ ମାନେ କିଛି ଏପରି ଭୁଲ ମାନ କରି ଦେଇଥାଉ ଯାହାଦ୍ୱାରା କି ଘର ବାସ୍ତୁରେ ପ୍ରଭାବ ପଡିଥାଏ । ଯାହା କାରଣରୁ ଜୀବନରେ ଅକାରଣ ରେ ହିଁ ଭିନ୍ନଭିନ୍ନ ବାଧା ସବୁ ସୃଷ୍ଟି ହେବା ଦେଖାଦିଏ । ଓ ଘରର ସୁଖ ଶାନ୍ତି ସବୁ ଶେଷ ହୋଇ ଯାଇଥାଏ । ତେଣୁ ବନ୍ଧୁଗଣ ଘରର ସାଜ ସଜ୍ଜ୍ୟା କରିବା ସମୟରେ ବାସ୍ତୁ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।
ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାରାରେ ରଖା ଯାଇଥିବା ଜିନିଷ ଗୁଡିକ ମଧ୍ୟ ନିଜର ବିଶେଷ ପ୍ରଭାବ ଘର ଉପରେ ପକାଇଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ରହିଅଛି, ଯାହାକୁ ଘରେ ରଖିବା ଦ୍ଵାରା ଘରେ ଉପସ୍ଥିତ ଲୋକ ମାନଙ୍କର ଜୀବନ ଦୁଃଖ ରେ ଭରିଯିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ଯା ମଧ୍ୟ ସବୁବେଳେ ଲାଗି ରହିଥାଏ ।
ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଯଦି କୌଣସି କଣ୍ଟା ଜାତୀୟ ବୃକ୍ଷ ଲଗାଯାଏ, ତେବେ ଏହା ଘରକୁ ଦରିଦ୍ରତା କୁ ଟାଣି ଆଣିଥାଏ । ଏହାଛଡା ବନ୍ଧୁଗଣ ଯେଉଁ ଗଛ ଗୁଡିକ ର ପତ୍ର କୁ ଛିଣ୍ଡାଇବା ସମୟରେ ଗଛ ରୁ କ୍ଷୀର ବାହାରିଥାଏ, ସେହି ଗଛ ଗୁଡିକୁ ମଧ୍ୟ ଘରେ ରଖା ଯିବା ଉଚିତ ହୋଇ ନଥାଏ । ଦ୍ଵିତୟରେ ବନ୍ଧୁଗଣ ଘରେ କେବେ ମଧ୍ୟ କୌଣସି ଭାଙ୍ଗି ଯାଇଥିବା ଜିନିଷ ରଖିବା ଉଚିତ ହୋଇ ନଥାଏ । ଏହାଦ୍ବାରା ଘରେ ନକରାତ୍ମକତା ଶକ୍ତିର ବାସ ହୋଇଥାଏ ।
ଯେପରିକି ଭାଙ୍ଗିଯାଇଥିବା ଟେବୁଲ ବା ଆଇନା । ତୃତୀୟ ରେ ବନ୍ଦ ହୋଇଯାଇଥିବା ବା ଖରାପ ହୋଇ ଯାଇଥିବା ଘଣ୍ଟା ରଖିବା ଦ୍ଵାରା ଘରେ ରାହୁଥୁବ ବ୍ୟକ୍ତି ମାନଙ୍କ ଜୀବନର ସବୁ କାମ ରେ ଭିନ୍ନ ଭିନ୍ନ ବାଧା ଉତ୍ପନ୍ନ ହୋଇଥାଏ । ତେଣୁ ଯଦି ଘରେ ଘଣ୍ଟା ରେ ବେଟେରୀ ସରିଯାଇଛି ତେବେ ଶୀଘ୍ର ହିଁ ସେଥିରେ ବ୍ଯାଟେରୀ ପକାନ୍ତୁ ନଚେତ ତାହାକୁ ଶୀଘ୍ର ପକାଇ ଦିଅନ୍ତୁ ।