ଦେଶ- ବିଦେଶ

ସ୍ୱାଦିଷ୍ଟ ଭାତ ପରଟା

ଆବଶ୍ୟକ ସାମଗ୍ରୀ ଏକ ଚାମଚ ତେଲ
ଏକ ଚାମଚ ଜିରା
ପିଆଜ କଟା – ୧ଟି
ଏକ ଚାମଚ ଅଦାରସୁଣ ବଟା
୧ ଚାମଚ ଲଙ୍କା ଗୁଣ୍ଡ
କଞ୍ଚାଲଙ୍କା – କଟା ହୋଇଥିବା
ପୁଦିନା ପତ୍ର – ଅଳ୍ପ
ଧନିଆ ପତ୍ର – ଅଳ୍ପ
ଲୁଣ – ସ୍ୱାଦ ଅନୁସାରେ
ଅଟା – ଆବଶ୍ୟକ ପରିମାଣରେ
ବଳକା ଭାତ
ଦେଶୀ ଘିଅ – ଏକ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାରେ ସାମାନ୍ୟ ଲୁଣ ଓ ପାଣି ଦେଇ ଚକଟା ପ୍ରସ୍ତୁତ କରନ୍ତୁ।

ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଜିରା ପକାଇବା ପରେ ପିଆଜ, ଅଦାରସୁଣ ବଟା ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ ପକାନ୍ତୁ। ଏବେ ଏଥିରେ ବଳକା ଭାତକୁ ପକାଇ ଗୋଳାଇ ଦିଅନ୍ତୁ। ଚଟଣି ଭଳି କରନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ଏବେ ଅଟାରୁ ଗୁଳା ପ୍ରସ୍ତୁତ କରି ପୂର୍ବ ପ୍ରସ୍ତୁତକୁ ପୁର ଭଳି ଅଟା ମଧ୍ୟରେ ଦେଇ ପରଟା ବେଲି ଦିଅନ୍ତୁ। ଏହାକୁ ତାୱାରେ ପକାଇ ଉଭୟ ପଟକୁ ଘିଅ ପକାଇ ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭାତ ପରଟା। ଦହି ସହ ଖାଆନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button