ରାଜ୍ୟ

ଓଡ଼ିଶା ଫେରିଲେ ଡାକ୍ତର ସ୍ୱୀକୃତି ମହାପାତ୍ର, ୱାୟନାଡ଼ ଭୂସ୍ଖଳନରେ ହୋଇଥିଲେ ଆହତ

ଭୁବନେଶ୍ୱର : ଓଡ଼ିଶା ଫେରିଲେ କେରଳ ଓ୍ୱାୟନାଡ ଭୂସ୍ଖଳନରେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର । ଆଜି ନିଜ ଘର ଝାରସୁଗୁଡା କୁ ଫେରିଛନ୍ତି । ସୁସ୍ଥ ହେବା ପରେ ସେ ତାଙ୍କ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଛନ୍ତି । ସ୍ୱୀକୃତିଙ୍କୁ ଝାରସୁଗୁଡା ବିମାନ ବନ୍ଦର ପହଂଚିବା ପରେ ତାଙ୍କୁ ପରିବାର ଲୋକେ ଏବଂ ଝାରସୁଗୁଡାବାସୀ ସ୍ୱାଗତ କରିଛନ୍ତି ।

ଗତ ୨୬ ତରିଖରେ ଭୁବନେଶ୍ବରରୁ କନଫରେନ୍ସ ପାଇଁ ବେଙ୍ଗାଲୁର ଯାଇଥିଲେ ସ୍ୱୀକୃତି। ସେଠାରୁ ୨୯ ତାରିଖରେ ନିଜ ୩ ଜଣ ସାଙ୍ଗଙ୍କ ସହ କେରଳ ୱାୟନାଡ଼ ଯାଇଥିଲେ l ତେବେ ୱାୟନାଡ଼ରେ ଭୁସ୍କଳନ ହେବା ପରେ ସ୍ୱୀକୃତି ନିଖୋଜ ହୋଇଥିଲେ । ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ଡବ୍ଲୁଆଇଏମ ହସ୍ପିଟାଲରେ ଭର୍ତି କରିଥିଲେ । ସୁସ୍ଥ ହେବା ପରେ ଆଜି ଘରକୁ ଫେରିଛନ୍ତି ସ୍ୱୀକୃତି ।

ସୂଚନା ଅନୁସାରେ କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ୪ ଓଡ଼ିଆ ଫସିଥିଲେ । ଡା. ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଆହତ ହୋଇଥିଲେ । ସେପଟେ ସ୍ୱୀକୃତି ବି ଗୁରୁତର ହୋଇ କେରଳରେ ଚିକିତ୍ସାଧୀନ ଥିଲେ । ଅନ୍ୟପଟେ ନିଖୋଜ ଥିବା ସ୍ଵୀକୃତିଙ୍କ ସ୍ଵାମୀ ତଥା ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ଏଯାଏଁ କୌଣସି ସୁରାକ ମିଳିନି ।

ସୂଚନା ଯୋଗ୍ୟ ଯେ , ଗତ ଜୁଲାଇ ୩୦ତାରିଖରେ କେରଳର ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ଏଥିରେ ପାହାଡିଆ ଅଞ୍ଚଳ ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଏହି ଭୟାବହ ଘଟଣାରେ ଏପର୍ଯ୍ୟନ୍ତ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେଥିରୁ କିଛି ଲୋକଙ୍କର ମୃତଦେହ ମିଳିନଥିଲା ମଧ୍ୟ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button