ରାଜ୍ୟ

ଅକ୍ଟୋବର ୯ରେ ମିଳିବ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ଅକ୍ଟୋବର ୯ ତାରିଖରେ ଆସିବ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ। ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଆବେଦନ କରିଥିବା ମହିଳାଙ୍କୁ ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଏଥର ପ୍ରାୟ ୪୦ ଲକ୍ଷ ମହିଳାଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୭ ଲକ୍ଷ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିଥିଲା। ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଟଙ୍କା ମିଳିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button