ଖେଳ ଖବର

ସିଲି ପଏଣ୍ଟ୍‌: ପାଣ୍ଡ୍ୟାଙ୍କୁ ଚିଡ଼ାଇଲେ ଦର୍ଶକ – Kalinga News

[ad_1]

ରସେଲଙ୍କୁ ଶାହରୁଖଙ୍କ ଆଲିଙ୍ଗନ

ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ପଦ ଗ୍ରହଣ କରିବା ପରେ ହାର୍ଦିକ ପାଣ୍ଡ୍ୟା ରବିବାର ପ୍ରଥମ ଥର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌କୁ ଫେରିଥିଲେ। ସ୍ଥାନୀୟ ଦର୍ଶକ କିନ୍ତୁ ତାଙ୍କଠାରୁ ଦଳ ପରିବର୍ତ୍ତନ କରିବାର ମଧୁର ପ୍ରତିଶୋଧ ନେଇଥିଲେ। ଟସ୍ ବେଳେ ଯେତେବେଳେ ପାଣ୍ଡ୍ୟା ଷ୍ଟାଡିୟମ୍ ଭିତରକୁ ଶୁବମନ ଗିଲ୍‌ଙ୍କ ସହ ଯାଇଥିଲେ, ସେତେବେଳେ ଦର୍ଶକମାନେ ତାଙ୍କୁ ଢେର ସମୟ ପର୍ଯ୍ୟନ୍ତ ତାଛଲ୍ୟଭରା ଅଭିବାଦନ ଜଣାଇଥିଲେ। ହୋ ହଲ୍ଲା ଭିତରେ ପାଣ୍ଡ୍ୟା ଅବଶ୍ୟ ଟସ୍ ଜିତି ଯାଇଥିଲେ। ହେଲେ ସେ ହଟହଟା ହେବାର ଭିଡିଓକୁ କ୍ୟାମେରା ତୋଳି ଧରିଥିଲା। ସିଧା ପ୍ରସାରଣ ମଧ୍ୟ ହୋଇଯାଇଥିଲା। ଅବଶ୍ୟ ଗୁଜରାଟ ମୋ ଜନ୍ମସ୍ଥାନ। ଏଠାରେ ମୁଁ ଅନେକ ସଫଳତା ପାଇଛି। ସ୍ଥାନୀୟ ଦର୍ଶକଙ୍କୁ ସେମାନଙ୍କ ସମର୍ଥନ ଓ ଭଲପାଇବା ଲାଗି ଧନ୍ୟବାଦ ବୋଲି କହି ପାଣ୍ଡ୍ୟା ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଦର୍ଶକ କିନ୍ତୁ ତାଙ୍କୁ ଚିଡ଼ାଇବା ବନ୍ଦ କରି ନଥିଲେ।

କୋଲ୍‌କାତା: କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସହମାଲିକ ତଥା ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ ଦଳର ବିଜୟ ପରେ ପଡ଼ିଆକୁ ଆସି ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଇଥିବା ଆନ୍ଦ୍ରେ ରସେଲଙ୍କୁ କୁଣ୍ଢାଇ ପକାଇଥିଲେ। ସନ୍‌ରାଇଜର୍ସ ବିପକ୍ଷ ଏହି ମ୍ୟାଚ୍‌ରେ ରସେଲ ୨୫ ବଲ୍‌ରେ ଅପରାଜିତ ୬୪ ରନ୍‌ କରିବାରୁ କେକେଆର୍‌ ୨୦୮/୭ରେ ପହଞ୍ଚିଥିଲା। ଏଥି‌ସହ ସେ ବୋଲିଂରେ ୨ଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ନେବାରୁ କେକେଆର୍‌ ୪ ରନ୍‌ରେ ବିଜୟୀ ହୋଇଥିଲା। ରସେଲ ଏହି ମ୍ୟାଚ୍‌ରେ ୭ ଛକା ଓ ୩ ଚୌକା ମାରିଥିଲେ। ଏଥିସହ ରସେଲ ୯୭ ପାଳିରେ ୨୦୦ ଛକା ପୂଣଣ କରିଥିଲେ। ଏହି ଐତିହାସିକ ମାଇଲଖୁଣ୍ଟ ଛୁଇଁବାରେ ସେ ନବମ ବ୍ୟାଟର୍‌ ହୋଇଥିଲେ। ୱେଷ୍ଟ୍‌ଇଣ୍ଡିଜ୍‌ କିଂବଦନ୍ତି କ୍ରିସ ଗେଲ୍‌ ୩୫୭ (୧୪୧ ପାଳି), ଭାରତର ରୋହିତ ଶର୍ମା ୨୫୭ (୨୩୮ ପାଳି) ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ୨୫୧ (୧୭୦ ପାଳି) ଏହି ତାଲିକାରେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button