ଦେଶ- ବିଦେଶ

କୋଲକାତା ଲଜ୍ଜା: ଆଜି ‘ନବାନ୍ନ’ ଘେରାଉ

ଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ମହା ବିକ୍ଷୋଭ। ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଙ୍ଗଠନ । ଆଜି କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ‘ନବାନ୍ନ’ ଘେରାଉ କରିବେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ।

ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି। ଆଜି ମଧ୍ୟାହ୍ନରେ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇବ। ଏହି ରାଲିକୁ ‘ନବାନ୍ନ ଅଭିଯାନ’ କୁହାଯାଉଛି।

ବିନା କୌଣସି ରାଜନୈତିକ ବ୍ୟାନରରେ ଏହି ବିକ୍ଷୋଭର ଡାକରା ଦିଆଯାଇଛି। ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ଯାଏ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ନବାନ୍ନ ହେଉଛି ରାଜ୍ୟ ସଚିବାଳୟ, ଯେଉଁଠାରୁ ପଶ୍ଚିମବଙ୍ଗ ସରକାର କାର୍ଯ୍ୟ କରନ୍ତି। ନବାନ୍ନରେ ହିଁ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଅଫିସ ଅଛି।

ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇବେ। ଯାହାର ପ୍ରଭାବ ଏବେଠୁ ଦେଖା ଦେଲାଣି। ଏହି ବିକ୍ଷୋକୁ ଦୃଷ୍ଟିରେ ରଖି କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି।

୬୦୦୦ରୁ ଅଧିକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି। ୧୯ଟି ସ୍ଥାନରେ ବ୍ୟାରିକେଡିଂ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ପୁଲିସ କମିଶନର ନିୟୋଜିତ ହୋଇଛନ୍ତି। ହାଷ୍ଟିଙ୍ଗସ୍, ଫୁରଲଙ୍ଗ୍ ଗେଟ୍, ଷ୍ଟାଣ୍ଡ ରୋଡ୍ ଏବଂ କୋଲକାତାର ଟ୍ୱିନ୍ ସିଟି ହାଓ୍ୱଡା ଭଳି ସ୍ଥାନରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସେପଟେ କୋଲକତାରେ ବିଭିନ୍ନ ପ୍ରବେଶ ପଥ ସିଲ୍ ଏହାର ସିଧା ପ୍ରଭାବ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ଉପରେ ପଡ଼ିଛି। କାରଣ କୋଲକାତାରୁ ରାତିରେ ଓଡ଼ିଶାକୁ ବସ୍ ଆସୁଛି ଓ ସକାଳେ ଓଡ଼ିଶା ପଟୁ ବସ୍ କୋଲକାତା ଯାଉଛି । ଟ୍ରାଫିକ ଜାମ୍ ହେବା ଫଳରେ ଲୋକେ ଘଣ୍ଟା ଘଣ୍ଟା ଧରି ଫସିବା ଆଶଙ୍କା ଦେଖାଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button