ଦେଶ- ବିଦେଶ

ବଡ଼ ଧରଣର ଯୌନ କେଳେଙ୍କାରୀରେ ଫସିଲେ କର୍ଣ୍ଣାଟକ ସାଂସଦ ପ୍ରଜ୍ବଳ ରେବାନ୍ନା, ଜେଡିଏସରୁ ନିଲମ୍ବିତ – Kalinga News

[ad_1]

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡିଏସ୍ (ଜନତା ଦଳ ସେକ୍ୟୁଲାର) ସୁପ୍ରିମୋ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବାନ୍ନା ଏକ ବଡ଼ ଧରଣର ଯୌନ କେଳେଙ୍କାରୀରେ ଫସି ଯାଇଛନ୍ତି। ଜେଡିଏସ ସାଂସଦଙ୍କ ପାଖରେ ପ୍ରାୟ ୩ ହଜାର ମହିଳାଙ୍କର ସେକ୍ସ ଭିଡିଓ ରହିଛି। ଉକ୍ତ ଘଟଣାର ତଦନ୍ତ ପାଇଁ ସରକାର ୩ଟି ଟିମ୍ ଗଠନ କରିଛନ୍ତି। ଏଥିରୁ ଗୋଟିଏ ଟିମ୍ କେବଳ ପେନଡ୍ରାଇଭ ଏବଂ ଭିଡିଓ ଯାଞ୍ଚ କରିବେ। ଇତି ମଧ୍ୟରେ ପ୍ରଜ୍ବଳ ରେବାନ୍ନାଙ୍କୁ ଦଳ ଦ୍ବାରା କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସାଂସଦ ପ୍ରଜ୍ବଳ ରେବାନ୍ନା ଆଜି ଜେଡିଏସରୁ ନିଲମ୍ବିତ ହୋଇଛନ୍ତି। ପ୍ରଜ୍ବଳ ରେବାନ୍ନା ହେଉଛନ୍ତି ହାସନ ନିର୍ବାଚନମଣ୍ଡଳୀର ଜଣେ ସାଂସଦ। ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହେବାର ଦିନକ ପରେ ରେବା ନ୍ନାଙ୍କ ଦ୍ବାରା ରେକର୍ଡ ହୋଇଥିବା ଅନେକ ମହିଳାଙ୍କର ସେକ୍ସ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ପୁଲିସରେ ଅଭିଯୋଗ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ମହିଳା ଜଣଙ୍କ ୨୦୧୯ରୁ ୨୦୨୨ ମଧ୍ୟରେ ଅନେକ ଥର ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ପ୍ରଜ୍ବଳ ରେବାନ୍ନା ମଧ୍ୟ ଭିଡିଓ କଲରେ ତାଙ୍କ ଝିଅ ସହ ଖରାପ ବ୍ୟବହାର କରିଛନ୍ତି ଏବଂ ଅଶାଳୀନ କଥାବାର୍ତ୍ତା କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ପ୍ରଜ୍ବଳଙ୍କ ବାପା ଏଚଡି ରେବାନ୍ନା ମଧ୍ୟ ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ତେବେ ଏଭଳି ଅଭିଯୋଗକୁ ପ୍ରଜ୍ବଳ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ ଜାରି ହୋଇଥିବା ଭିଡଚିଓ ଗୁଡ଼ିକୁ ଏଡିଟେଡ୍। ଶନିବାର ସକାଳେ ଏହି ଭିଡିଓ ଗୁଡ଼ିକ ଅନଲାଇନରେ ଭାଇରାଲ ହେବାପରେ ୩୩ ବର୍ଷୀୟ ନେତା ଜର୍ମାନୀ ଚାଲିଯାଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button