ଦେଶ- ବିଦେଶ

ଭାରତୀୟ ମହିଳା ମାନେ କାହିଁକି ମଥାରେ ସିନ୍ଦୂର ଲଗାନ୍ତି , ଜାଣିନିଅନ୍ତୁ ସଠିକ ଉପାୟ

ଭାରତୀୟ ବିବାହିତା ମହିଳା ମାନଙ୍କ ପାଇଁ ବିବାହର ଅତ୍ୟନ୍ତ ଗୁରୁତ୍ୱ ରହିଥାଏ। ମଥାରେ ଲଗା ଯାଇଥିବା ସିନ୍ଦୂର କେବଳ ମହିଳା ମାନଙ୍କର ବିବାହିତା ହେବାର ପ୍ରମାଣ ନୁହେଁ ବରଂ ଏହା ସ୍ୱାମୀଙ୍କର ଦୀର୍ଘ ଆୟୁ ଏବଂ ସୁଖ ସମୃଦ୍ଧିର ପ୍ରତୀକ ମଧ୍ୟ ଅଟେ। ୧୬ ଅଳଙ୍କାର ମଧ୍ୟରୁ ଗୋଟିଏ ସିନ୍ଦୂର ଲଗାଇବାର ପ୍ରଥା ଶତାବ୍ଦୀ ଧରି ଚାଲିଆସୁଛି। କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ସିନ୍ଦୂର ଲଗାଇବାକୁ ଅତ୍ୟନ୍ତ ଲାଭଦାୟକ ଭାବରେ ବିବେଚନା କରାଯାଏ। ଚାଲନ୍ତୁ ଜାଣିବା ସିନ୍ଦୂର ସହ ଜଡିତ କିଛି ସ୍ୱତନ୍ତ୍ର କଥା ବିଷୟରେ , ଯାହା ପ୍ରତ୍ୟେକ ମହିଳାଙ୍କୁ ଜଣା ରହିବା ଉଚିତ।

ଭଲ ଭାଗ୍ୟ ପାଇଁ:-
କୁହାଯାଏ ଯେ , ଲାଲ ରଙ୍ଗର ସିନ୍ଦୂର ଲଗାଇବା ଦ୍ୱାରା ମାତା ପାର୍ବତୀ ମହିଳା ମାନଙ୍କୁ ଅଖଣ୍ଡ ପତିବ୍ରତା ରହିବା ପାଇଁ ଆଶୀର୍ବାଦ ଦେଇଥାନ୍ତି। ପୌରାଣିକ କଥା ଅନୁଯାୟୀ , ସିନ୍ଦୂର ଲଗାଉଥିବା ମହିଳା ମାନଙ୍କର ସ୍ୱାମୀଙ୍କର ରକ୍ଷା ମାତା ପାର୍ବତୀ ନିଜେ କରିଥାନ୍ତି ଏବଂ ତାଙ୍କୁ ଖରାପ ଶକ୍ତି କବଳରୁ ରକ୍ଷା କରିଥାନ୍ତି।

ସିନ୍ଦୂର ଲୁଚାଇବା ଭୁଲ:-
ଫ୍ୟାଶନ ଯୋଗୁଁ ଆଜିକାଲିର ମହିଳା ମାନେ କେବଳ ପ୍ରଦର୍ଶନ ପାଇଁ ସିନ୍ଦୂର ଲଗାଉଛନ୍ତି କିନ୍ତୁ ଶାସ୍ତ୍ର ଅନୁଯାୟୀ , ସିନ୍ଦୂର ଦେଖାଯିବା ଭଲ ହୋଇଥାଏ। ସିନ୍ଦୂର ଲୁଚାଇବା ଦ୍ୱାରା ସ୍ୱାମୀଙ୍କର ମାନ ସମ୍ମାନକୁ କ୍ଷତି ପହଞ୍ଚିପାରେ। ଏହାସହ ଲମ୍ବା ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀଙ୍କର ଇଜ୍ଜତ ବୃଦ୍ଧି ହୋଇଥାଏ।

ନାକ ସିଧାରେ ସିନ୍ଦୂର ଲଗାଇବା:-
ଶାସ୍ତ୍ର ଅନୁଯାୟୀ , ସିନ୍ଦୂରକୁ ସଦା ସର୍ବଦା ନାକ ସିଧାରେ ଲଗାଇବା ଉଚିତ କାରଣ ବଙ୍କାଧଙ୍କା ସିନ୍ଦୂର ସ୍ୱାମୀଙ୍କର ଭାଗ୍ୟ ଖରାପ କରିଦେଇଥାଏ। ଏହାସହ ସେ ସର୍ବଦା ସମସ୍ୟା ଘେରରେ ରହିଥାନ୍ତି।

ମାତା ଲକ୍ଷ୍ମୀଙ୍କର ସମ୍ମାନର ପ୍ରତୀକ:-
ମଥାରେ ସିନ୍ଦୁର ଲଗାଇବା ଦେବୀ ଲକ୍ଷ୍ମୀଙ୍କର ଘରେ ବାସ କରିବା ଏବଂ ଭାଗ୍ୟର ସଂକେତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିସହିତ ସିନ୍ଦୂରର ସକାରତ୍ମକ ଶକ୍ତି ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ , ଯାହାଦ୍ୱାରା ସେ ସୁସ୍ଥ ଏବଂ ଭାଗ୍ୟଶାଳୀ ରହିଥାନ୍ତି।

ଏକାଗ୍ରତା ବୃଦ୍ଧି ପାଇବା:-
ପୌରାଣିକ କଥା ଅନୁଯାୟୀ , ହଳଦୀଯୁକ୍ତ ସିନ୍ଦୂର ଲଗାଇବା ମଧ୍ୟ ଶୁଭ ହୋଇଥାଏ। ଏହାଦ୍ବାରା ଏକାଗ୍ରତା ବଢିବା ସହ ମନ ମଧ୍ୟ ଶାନ୍ତ ରହିଥାଏ। ଏହାସହ ଏହାଦ୍ବାରା ଅନେକ ରୋଗ ଦୋଷ ମଧ୍ୟ ଦୂର ହୋଇଥାଏ।

 

Related Articles

Leave a Reply

Your email address will not be published. Required fields are marked *

Back to top button