ଜ୍ୟୋତିଷ

ସ୍ତ୍ରୀ ପୂର୍ବରୁ କାହିଁକି ହୋଇଥାଏ ସ୍ବାମୀର ମୃତ୍ୟୁ ? ଜାଣନ୍ତୁ ଗୀତାରେ ଭଗବାନ ଶ୍ରୀ କୃଷ୍ଣ କଣ କହିଥିଲେ ?

, ମଣିଷ ଜୀବନରେ ଜୀବନ ଆଉ ମରଣ ଦୁଇଟି ବିଷୟକୁ ନେଇ ଏହି ପୃଥିବୀ ମଧ୍ୟକୁ ଆସିଥାଏ । ଯେଉଁ ମଣିଷ ଜନ୍ମ ଗ୍ରହଣ କରିଛି ତାହାର ମୃତ୍ୟୁ ନିଶ୍ଚିତ ଘଟିଥାଏ । ଆମେ ଅନେକ ବିଷୟରୁ  ବଞ୍ଚିତ ରହିଥାଉ , କିନ୍ତୁ ଆମ ପୂର୍ବ ପୁରୁଷ ମାନଙ୍କ ଦ୍ଵାରା ଲିଖିତ ଗ୍ରନ୍ଥ , ଶାସ୍ତ୍ର ଆମ ସମସ୍ତ  ସନ୍ଦେହ ବା ପ୍ରଶ୍ନ ର ଉତ୍ତର ହୋଇଥାଏ । ମଣିଷ ମରଣ ପରେ ତାହା ଗତି କେଉଁ ଆଡେ ଯାଇଥାଏ ଏଭଳି ଅନେକ ବିଷୟରେ ଆମ ପୂରାଣ ରେ ବର୍ଣ୍ଣନା କରାଯାଇଛି ।

 

ତହି ମଧ୍ୟରୁ ଗୋଟିଏ ହେଉଛି ଆମ ଗରୁଡ ପୁରାଣ । ଯଥା ମଣିଷ ଏହି ପୃଥିବୀ ରେ ଯେ ପରି ଜୀବନ କା ଟିଥାଏ ତାହାକୁ ଆର ଜନ୍ମରେ ସେହି ପରିକା ଜୀବନ ପାଇଥାଏ ଏହା ଗରୁଡ ପୁରାଣରେ ଲିଖିତ ହୋଇଥାଏ । ଏହି ଜନ୍ମରେ ମଣିଷକୁ କିପରି କା ଜୀବନ କାଟିବାର ଅଛି । କେମିତି ନିଜର ସମ୍ପର୍କ କୁ ଧରିକି ଧର୍ମ ପଥ ରେ ଚା ଳିବାର ଅଛି ତାହା ଗରୁଡ ପୁରାଣ ବର୍ଣନା କରିଥାଏ ।

ଏମିତି କିଛି ଭୁଲ ର କାରଣରୁ ମଣିଷ ର ଆୟୁ କମିଯାଇଥାଏ ବା ମଣିଷ ର ଜୀବନରେ ଦୁଃଖ କଷ୍ଟ ଆସିଥାଏ । ଗରୁଡ ପୁରାଣରେ ଏହା ସ୍ପଷ୍ଟ ଭାବରେ କୁହାଯାଇଅଛି ଯେ ମଣିଷ କେଉଁ କାର୍ଯ୍ୟ କରିବା ଦ୍ଵାରା ତାହାର ଆୟୁ କମିଯାଇଥାଏ ଏବଂ ମହିଳା ମାନଙ୍କ ର କେଉଁ କାରଣ ପାଇଁ ସ୍ଵାମୀଙ୍କ ଅଳ୍ପ ବୟସରେ ମୃତ୍ୟୁ ହୋଇଥାଏ ।

 

ଅଥବା ମହିଳାମାନଙ୍କ ର ଅଜଣା ଭୁଲ ର ମୂଲ୍ୟ ସ୍ଵାମୀଙ୍କୁ ଭୋଗିବାକୁ ପଡିଥାଏ । ଆମ ଶାସ୍ତ୍ର ଅନୁସାରେ ସ୍ଵାମୀ ସ୍ତ୍ରୀ ହେଉଛନ୍ତି ଏକ ଶରୀର ଜଣେ ପୁରୁଷଙ୍କ ଜୀବନ ସେ ଯାଏ ଅସମ୍ପୂର୍ଣ୍ଣ ରହିଥାଏ ଯେବେ ଯାଏ ତାଙ୍କ ଜୀବନରେ ସ୍ତ୍ରୀ ର ଆଗମନ ହୋଇନଥାଏ । ଗରୁଡ ପୁରାଣରେ ଏମିତି କିଛି ବିଷୟ କୁହାଯାଇଛି । ଏହି ସବୁ ଯେଉଁ ସ୍ତ୍ରୀ କରିଥାଏ ସ୍ଵାମୀ ର ଆୟୁ କମିଯାଇଥାଏ ।

 

ଯଥା ଯେଉଁ ସ୍ତ୍ରୀ ତାହାର ସ୍ଵାମୀ ପାଇଁ ସାବିତ୍ରୀ ବ୍ରତ ରଖିଥାଏ କିନ୍ତୁ ଏହାକୁ ମଝିରୁ ଭାଙ୍ଗୀ ଖାଦ୍ୟ ଗ୍ରହଣ କରିବା ଦ୍ଵାରା ସ୍ଵାମୀର ଅଳ୍ପ ବୟସରେ ମୃତ୍ୟୁ ଘଟିଥାଏ । ଗରୁଡ ପୁରାଣରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ସ୍ଵାମୀ ପାଇଁ ରଖିଥିବା ବ୍ରତକୁ କେବେ ବି ମଝିରେ ଛାଡିବା  ଅଶୁଭ ଓ ସ୍ଵାମୀଙ୍କ ପାଇଁ ଅମଙ୍ଗଳ ର କାରଣ ହୋଇଥାଏ । ତେଣୁ ବ୍ରତ ରଖିଥିବା ସ୍ତ୍ରୀ ଏହାକୁ ସଂପୂର୍ଣ୍ଣ କରିବା ଉଚିତ୍ ଏହା ସ୍ଵାମୀର  ଆୟୁକୁ ବଢାଇଥାଏ ।

 

ଯେଉଁ ସ୍ତ୍ରୀ ସ୍ଵାମୀ ର ଶପଥ ନେଇ ବାରମ୍ବାର ମିଛ କହିଥାଏ ଏହା ଦ୍ଵାରା ମଧ୍ୟ ସ୍ଵାମୀ ର ଅଳ୍ପ ବୟସରେ ମୃତ୍ୟୁ ହୋଇଥାଏ । ଗରୁଡ ପୁରାଣ ଅନୁସାରେ ଗୁରୁବାର ଦିନ ଚୁଟି ଧୋଇବା ଅଶୁଭ ହୋଇଥାଏ ଯେଉଁ ସ୍ତ୍ରୀ ଏହା କରିଥାଏ ତାହାଙ୍କ ସ୍ଵାମୀ ର ଆୟୁଷ କମିଥାଏ ।

ମହିଳାର ,ମଥାରେ ସିନ୍ଦୁର ସବୁ ବେଳ ରହିବା ଉଚିତ୍ ହୋଇଥାଏ । ଯଦି ମହିଳା ବିବାହ ର ଚିହ୍ନ କୁ ଧାରଣ କରିନଥାଏ ତେବେ ସ୍ଵାମୀ ପାଇଁ ଅମଙ୍ଗଳ ହୋଇଥାଏ । ଏହି କାରଣ ପାଇଁ ସ୍ତ୍ରୀ ପୂର୍ବରୁ ସ୍ଵାମୀଙ୍କ ମୃତ୍ୟୁ ଶୀଘ୍ର ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button