ରାଜ୍ୟ

ମନ ଦୁଃଖରେ ବସିଥିଲା ବିଧବା ଝିଅ, ମଥାରେ ସିନ୍ଦୁର ପିନ୍ଧାଇ ବୋହୂ କରି ଘରକୁ ଆଣିଲା ଅମୂଲ୍ୟ…ebe ଛୁଟୁଛି ପ୍ରଶଂସା

ବନ୍ଧୁଗଣ, ସୂଚନା ଅନୁଯାୟୀ ମଥାରେ ସିନ୍ଦୁର ପିନ୍ଧାଇ ପାଟ ଶାଢୀରେ ବୋଧୂ ବେଶ ସଜାଇ ପୁଅ ବିବାହ କରିଲା ବିଧବା କନ୍ୟା କୁ ବିଧବା କୁ ସଧବା ର ଉପହାର ଦେଇଛନ୍ତି ଜଣେ ବାପା । ଯୌବନ ଅବସ୍ଥାରେ ଜଣେ ଝିଅ ବିଧବା ହୋଇଯିବା କେତେ ଯେ କଷ୍ଟ ଏହାକୁ ଜଣେ ବାପା ଅନୁଭବ କରିଛନ୍ତି । ସେଥିପାଇଁ ସେ ନିଜ ପୁଅ କୁ ସେହି ବିଧବା କନ୍ୟାଙ୍କ ହାତରେ ଟେକି ଦେଇଛନ୍ତି । ଦୁହେଁ ବର୍ତ୍ତମାନ ସାତ ଜନ୍ମର ସାଥି ସ୍ଵାମୀ ସ୍ତ୍ରୀ ।

ତେବେ ଏହିଭଳି ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଚନ୍ଦ୍ରାଦେଇପୁର ରେ । ନା ଯୌତୁକ ନା ଜାତକ ଏହି ବାହାଘରରେ କିଛି ମଧ୍ୟ ଦରକାର ହୋଇ ନଥିଲା । ଯାହା ଆବଶ୍ୟକ ହୋଇଥିଲା ତାହା ହେଉଛି ବ୍ରାହ୍ମଣର ମନ୍ତ୍ର ଏବଂ ସାଥିପରିଜନ । ଚନ୍ଦ୍ରାଦେଇପୁର ବିମ୍ବାଧରକରଙ୍କର ପୁଅ ଅମୂଲ୍ୟ କୁମାର ଏହି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଅଞ୍ଚଳର ଗୁହାଳ ଗ୍ରାମର ଅକ୍ଷୟ ପରିଡା ଙ୍କର ବିଧବା କନ୍ୟା ଅନୁଶୟା ପରିଡାଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଝିଅ ର ପରିବାର ଲୋକେ କହିଥିଲେ ଯେ ଦୁଇ ବର୍ଷ ତଳେ ବାହାଘର କରିଥିଲେ । ଜ୍ଵାଇଁଙ୍କର ବିୟୋଗ ଘଟିଥିଲା । ଏହାପରେ ଝିଅ ଟି ନିଜ ମା ଘରେ ରହୁଥିଲେ । ମାତ୍ର ପରିବାରର ଏତେ ସମ୍ଭାଳ ନାହିଁ ଯେ ସେ ନିଜ ଝିଅକୁ ଘରେ ରଖି ଚଳାଇ ପାରିବେ । ଏହାପରେ ଯେତେବେଳେ ଭଲ ପ୍ରସ୍ତାବ ଆସିଲା ସେତେବେଳେ ବାହାଘର କରାଇବା ନିମନ୍ତେ ନିଷ୍ପତ୍ତି ନେଲେ ।

ଅନୁଶୟା ୨୦୧୬ ମସିହାରେ ସାଲେପୁରରେ ବିବାହ କରିଥିଲେ । ହେଲେ କୋରନାରେ ତାଙ୍କ ସ୍ଵାମୀଙ୍କର ମୃ-ତ୍ୟୁ ହୋଇଯାଇଥିଲା । ଏହାପରେ ସେ ନିଜ ବାପା ଘରକୁ ଚାଲିଆସିଥିଲେ । ଏହିଭଳି ଖବର ପାଇବା ପରେ ଅମୂଲ୍ୟ ଆସି ଅନୁଶୟା ଙ୍କୁ ବିବାହ କରିବେ ବୋଲି କହିଥିଲେ ।

ଏବଂ ଉଭୟ ପରିବାରକୁ ରାଜି ମଧ୍ୟ କରାଇଥିଲେ । ଅମୂଲ୍ୟ ଏହାକରି ଦେଖାଇଦେଲେ ଯେ ବେସାହାରା ବିଧବା ଙ୍କୁ କିଭଳି ସାହାରା ଦେଇହେବ ତଥା ତାଙ୍କ ଜୀବନରେ କିଭଳି ଭାବରେ ହସ ଭରିଦେଇପାରିବେ ତାହା ସମାଜ କୁ ଏକ ଉଦାହରଣ ସ୍ୱରୂପ ଭେଟି ଦେଇଛନ୍ତି । ଅମୂଲ୍ୟ ଜଣେ ବ୍ରାହ୍ମଣ ଘରର ପୁଅ ହୋଇ ଏକ ଖଣ୍ଡାୟତ ଘରର ଏକ ବିଧବା କନ୍ୟାକୁ ବିବାହ କରିଛନ୍ତି । ତେବେ ଏହାକୁ ନେଇ ସମାଜସେବୀ ମଧ୍ୟ ପ୍ରଶଂସା କରିଛନ୍ତି । ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button