କଳିଯୁଗ ପରେ ଯୁଗ କେମିତି ହୋଇଯିବ ? ଜାଣନ୍ତୁ ଭୟଙ୍କର କଥା !

ଆମେ ଯେଉଁ ଯୁଗରେ ଜୀବନ ଅତିବାହିତ କରୁଛୁ । ତାହାକୁ ଆମେ କଳିଯୁଗ ବୋଲି କହିଥାଉ । ତେବେ ବନ୍ଧୁଗଣ ସମୁଦାୟ 4 ଗୋଟି ଯୁଗ ରହିଛି । ତାହା ସବୁ ହେଉଛି ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ ଓ କଳିଯୁଗ । ତେବେ କଳିଯୁଗକୁ ଛାଡି ଦେଲେ । ବାକି ତିନୋଟି ଯୁଗ ମାନଙ୍କର କିଛି ନା କିଛି ମହତ୍ଵପୂର୍ଣ୍ଣ ଉଦ୍ଧେଶ୍ୟ ରହିଥିଲା । ହେଲେ ଏହି କଳିଯୁଗର କିଛି ସେପରି ମହତ୍ଵ ନାହିଁ ।
ଏହି କଳିଯୁଗରେ ଯଦି ବହୁତ କିଛି ଦେଖିବାକୁ ମିଳୁଥାଏ । ତେବେ ସେ ସବୁ ହେଉଛି ଲୋଭ, ହିଂସା, ଘୃଣା, ଈର୍ଷା, ପ୍ରତିଶୋଧ ଏହା ହିଁ ଏହି କଳିଯୁଗରେ ବହୁତ ଦେଖାଯାଉଛି । ଏହି ଯୁଗକୁ ମନୁଷ୍ୟ ଜାତି ପାଇଁ ଏକ ଅଭିଶାପର ଯୁଗ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଅନେକ ଲୋକଙ୍କ ମନରେ ସ୍ଵତଃ ଏହି ପ୍ରଶ୍ନଟି ନିହାତି କେବେ ନା କେବେ ତ ଆସିଥିବ । ଯେ ଏହି କଳିଯୁଗର ଆରମ୍ଭ କେବେ ହୋଇଥିଲା ?
ଏହାଛଡା ଏହି ଯୁଗର ଶେଷ ପୁଣି କେବେ ହେବ ? ତେବେ କଳିଯୁଗ ପରେ ଯୁଗ କିପରି ହୋଇଯିବ । ହଁ ଆଜ୍ଞା ଏଭଳି କିଛି କଥାବସ୍ତୁ ସମ୍ପର୍କରେ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ । ଧାର୍ମିକ ଗ୍ରନ୍ଥ ଅନୁଯାଇ ଯୁଗ ପରିବର୍ତ୍ତନର ଏହା 22 ତମ ଚକ୍ର ଚାଲିଛି । ଯେଉଁ ସମୟରେ ଏହି ଧରା ପୃଷ୍ଠରେ ଅନ୍ୟାୟର ଭାର ବଢି ବଢି ଯିବାରେ ଲାଗିବ ।