ଦେଶ- ବିଦେଶ
ଦେଖନ୍ତୁ ଭିଡିଓ ; ନଦୀ କୂଳରେ ବୁଲୁଥିଲା କୁକୁର, ଆଖି ପିଛୁଳାକେ ଝାମ୍ପି ନେଲା କୁମ୍ଭୀର..

ନୂଆଦିଲ୍ଲୀ : କୁମ୍ଭୀର ଏକ ଭୟଙ୍କର ଜନ୍ତୁ। ଏହାକୁ ଦେଖିବା ମାତ୍ରେ ସାଧାରଣତଃ ଭୟ ଲାଗିଥାଏ। ତେବେ ଚିନ୍ତା କରନ୍ତୁ ନଦୀ କୂଳରେ ବୁଲୁଥିବା ସମୟରେ ହଠାତ୍ ଯଦି କୁମ୍ଭୀର ଆସିଯାଏ, ପରିସ୍ଥିତି କ’ଣ ହେବ। ସୋସିଆଲ ମିଡିଆରେ ଅନେକ ସମୟରେ କୁମ୍ଭୀର ଆକ୍ରମଣର ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ଖୁବ୍ ଭୟଭୀତ ଲାଗିଥାଏ।
ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ, ଗୋଟିଏ କୁକୁର ନଦୀରେ ପ୍ରଖର ଜଳ ପ୍ରବାହିତ ହେଉଥିବା ସମୟରେ କୂଳରେ ବୁଲୁଥିବା ଦେଖାଯାଉଛି । ସେହି ସମୟରେ ହଠାତ୍ ନଦୀ ଭିତରୁ ଏକ ବିରାଟକାୟ କୁମ୍ଭୀର ଆସି ଥରକେ କୁକୁରକୁ ପାଟିରେ ଝାମ୍ପି ନେଉଛି। ଭିଡିଓଟିକୁ ଲକ୍ଷାଧିକ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।