ରାଜ୍ୟ

ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ମାଜ ଡିଜିଟାଲ ଡେସ୍କ: ଶ୍ଵାସରୁଦ୍ଧ ହୋଇ ଚାଲିଯାଇଛି ୩ ଶ୍ରମିକଙ୍କ ଜୀବନ। ଛାତ ସେଣ୍ଟ୍ରିଂ ଖୋଲିବା ସମୟରେ ଅଣନିଶ୍ଵାସୀ ହୋଇପଡ଼ିବାରୁ ଶ୍ରମିକମାନଙ୍କର ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲା ଜମନକିରା ଅନ୍ତର୍ଗତ ପୁକୁଡ଼ା ଗ୍ରାମରେ ଶନିବାର ପୂର୍ବାହ୍ନରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଗ୍ରାମର ଜଣେ ବ୍ୟକ୍ତିଙ୍କର ନୂଆ ଘରର ଛାତ ପଡ଼ିଥିଲା।

ଶନିବାର କିଛି ଶ୍ରମିକ ନୂଆ ଛାତ ସେଣ୍ଟ୍ରିଂ ଖୋଲିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେଣ୍ଟ୍ରିଂ ଖୋଲିବା ସମୟରେ ୪ ଶ୍ରମିକ ଅଣନିଶ୍ଵାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ୩ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାନରେ ଚିକିତ୍ସାଧୀନ ରହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button