ଦେଶ- ବିଦେଶ

ଦେଖନ୍ତୁ ଭିଡିଓ; ମନ୍ଦିରକୁ ୨୫ କେଜି ସୁନା ପିନ୍ଧି ଦର୍ଶନ ପାଇଁ ଆସିଲେ..

ନୂଆଦିଲ୍ଲୀ : ପୁଣେର କିଛି ଭକ୍ତ ପ୍ରାୟ ୧୮ କୋଟି ଟଙ୍କାର ୨୫ କେଜି ସୁନା ପିନ୍ଧି ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲାର ଭେଙ୍କେଟେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

୨ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଅନେକ ସୁନା ଚେନ୍‌, ସୁନା ଚଷମା, ଚୁଡି, ହାର ସହ ଅନେକ ଆଭୂଷଣ ପିନ୍ଧି ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ନଜର ଆସୁଛନ୍ତି । ନୀଳରଙ୍ଗ ଖାକି ପୋଷାକରେ ୨ ଜଣ ଓ ଜଣେ ପୁଲିସକର୍ମୀଙ୍କ ସହ ମନ୍ଦିର ଦର୍ଶନ ପାଇଁ ଆସିଥିବା ଦେଖାଯାଉଛି। ଏହି ପ୍ରାଚୀନ ପାହାଡିଆ ମନ୍ଦିରରେ ପ୍ରତିଦିନ ୭୫,୦୦୦ରୁ ୯୦,୦୦୦ ତୀର୍ଥଯାତ୍ରୀ ଆସି ଥାଆନ୍ତି ।

ମନ୍ଦିର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଜୁଲାଇରେ ୨୨ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ମନ୍ଦିରରେ ଦର୍ଶନ କରିଛନ୍ତି । ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଭେଙ୍କେଟେଶ୍ୱରଙ୍କୁ ସମର୍ପିତ । କଳିଯୁଗରେ ମନୁଷ୍ୟଙ୍କୁ ବିପଦରୁ ରକ୍ଷା କରିବା ପାଇଁ ପ୍ରଭୁ ପୃଥିବୀ ପୃଷ୍ଠକୁ ଆସିଥିବା ମାନ୍ୟତା ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button