ରାଜ୍ୟ

ଭଦ୍ରକ: ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାସୁଦେବପୁର: ବ୍ଲକ ମାର୍ଗରେ ଥିବା ଭଡ଼ାଘରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣଙ୍କ ବାସୁଦେବପୁର ଥାନା ପଦ୍ମପୁର ଜଳଧର ମଳିକଙ୍କ ଝିଅ ଅନୁସୟା ବୋଲି ଜଣାପଡିଛି। ସେ ସ୍ଥାନୀୟ ତୃପ୍ତି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ। ଅନୁସୟା ନିଜର ବଡ଼ ଭଉଣୀ ପୂଜାରଣୀଙ୍କ ସହିତ ୪ ମାସ ହେବ ଭଡ଼ାରେ ରହୁଥିଲେ।

ପୂଜାରଣୀ ମଧ୍ୟ ତୃପ୍ତି ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ। ଦୁଇ ଭଉଣୀ ସାଥିରେ ରହୁଥିବାବେଳେ ପୂଜା ପରୀକ୍ଷା ଦେବାକୁ କଲେଜ ଯାଇଥିଲେ। ଏହି ସମୟରେ ଅନୁସୟା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଖବର ପାଇ ପୁଲିସ ପ୍ରାଥମିକ ତଦନ୍ତ କରି ଫେରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button