ଦେଶ- ବିଦେଶ

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ହେବ ପଲିଗ୍ରାଫ ଟେଷ୍ଟ

କୋଲକତା : କୋଲକତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ହେବ ପଲିଗ୍ରାଫ ଟେଷ୍ଟ । ସନ୍ଦୀପ ଘୋଷଙ୍କ ସହ ୪ ଇଣ୍ଟର୍ଣ୍ଣ ଡାକ୍ତରଙ୍କ ହେବ ପଲିଗ୍ରାଫ ଟେଷ୍ଟ କରାଯିବ । ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି କୋର୍ଟ । ସେହିପରି ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ହାତରେ ବଡ଼ ପ୍ରମାଣ ।

ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି । ଏହାକୁ ନେଇ ଅନେକ କିଛି ସୁରାଗ ପାଇଲାଣି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏହାରି ଭିତରେ କିଛି ବ୍ୟକ୍ତି ଅଛନ୍ତି । ଯାହାଙ୍କୁ ନେଇ ସିବିଆଇର ସନ୍ଦେହ ସବୁଠୁ ଅଧିକ । ସେହି ବ୍ୟକ୍ତି ଆଉ କେହି ନୁହେଁ । ସେ ହେଉଛନ୍ତି ଆରଜିକର ମେଡିକାଲ କଲେଜ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ । ଯାହାଙ୍କର ପଲିଗ୍ରାଫ ଟେଷ୍ଟ ହେବାକୁ ଯାଉଛି। ପୂର୍ବତନ ଅଧ୍ୟକ୍ଷ ଡା ସନ୍ଦୀପ ଘୋଷଙ୍କୁ ସିବିଆଇ ମାରାଥନ ଜେରା କରିଥିଲା । ପ୍ରାୟ ୬୦ ଘଣ୍ଟାରୁ ଅଧିକ ସମୟ ଧରି ଗୁଡାଇତୁଡାଇ ପ୍ରଶ୍ନ କରିଥିଲା ସିବିଆଇ । ଆଉ ଏବେ ତାଙ୍କୁ ପଲିଗ୍ରାଫ ଟେଷ୍ଟରେ ନେଇ , ଆଉ କିଛି ରହସ୍ୟ ଭେଦିବାକୁ ସିବିଆଇ ଯୋଜନା କରିଛି ।

ସେପଟେ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ଘଟଣାର ପର୍ଦ୍ଦାଫାସ ହେଉଛି। ମେଡିକାଲ କଲେଜର ପୂର୍ବତନ ଉପ ଅଧୀକ୍ଷକ ଅଖତର ଅଲି ଗତକାଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । କହିଛନ୍ତି କଲେଜର ଅଧ୍ୟକ୍ଷ ସନ୍ଦୀପ ଘୋଷ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ । ଦାବିଦାର ନଥିବା ମୃତଦେହ ବିକ୍ରି ହେଉଥିଲା । ବାଂଲାଦେଶକୁ ବାୟୋମେଡିକାଲ ବର୍ଜ୍ୟବସ୍ତୁ ଓ ଚିକିତ୍ସା ସାମଗ୍ରୀ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଯେଉଁ ମୃତ ଦେହର କୌଣସି ଦାବିଦାର ନଥାନ୍ତି , ତାକୁ ବିକ୍ରି କରିବା ପାଇଁ ଘୋଷ ଏକ ରାକେଟ୍ ଚଲାଉଥିଲେ । ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ସଂଜୟ ରାୟ ପୂର୍ବତନ ଅଧ୍ୟକ୍ଷଙ୍କ ସହଯୋଗୀ ଥିଲେ ବୋଲି ଅଖତର କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button