ରାଜ୍ୟ

ପୂର୍ବ ଶତ୍ରୁତା: ନିଆଁ ଲଗାଇ ହତ୍ୟା ଉଦ୍ୟମ ଘଟଣାରେ ଗୁରୁତର ଯୁବକ ମୃତ

ସାଲେପୁର : ନିଆଁ ଲଗାଇ ହତ୍ୟା ଉଦ୍ୟମ ଘଟଣାରେ ଗୁରୁତର ଯୁବକ ମୃତ । ନିଶ୍ଚିନ୍ତକୋଇଲି ଥାନା ଗୋପପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ୧୯ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଘଟଣା । ଆତ୍ମାରାମ ସାହୁଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସା ଜାରି ରହିଥିଲା ।

ଗତକାଲି ରାତ୍ରିରେ ତାଙ୍କର ହୋଇଛି ମୃତ୍ୟୁ ।

ସୂଚନା ଅନୁସାରେ ଆତ୍ମାରାମ ସାହୁଙ୍କୁ ପେଟ୍ରୋଲ ଢାଳି ମାରିଦେବା ପାଇଁ ସେହି ଗ୍ରାମର ଅନାଦି ନାମକ ଜଣେ ଯୁବକ ଯୋଜନା କରିଥିବା ଅଭିଯୋଗ କରିଥିଲେ ଆତ୍ମାରାମଙ୍କ ଭାଇ। ସେ କହିଥିଲେ ଯେ ଆତ୍ମାରାମଙ୍କର ପାଖା ପାଖି ୭୦ ପ୍ରତିଶତ ଅଂଶ ପୋଡି ହୋଇଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ଭୁବେନେଶ୍ୱର ହାଇଟେକ ମେଡିକାଲରେ ଚିକିତ୍ସା ହେଉଥିଲେ । ଗତକାଲି ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button