ଦେଶ- ବିଦେଶ

ଉତ୍ତରପ୍ରଦେଶ ଅଘଟଣ: ବାରବାଙ୍କୀରେ ଭୁଶୁଡିଲା ସ୍କୁଲ ବାଲକୋନୀ, ୪୦ରୁ ଅଧିକ ପିଲା ଆହତ

ଉତ୍ତରପ୍ରଦେଶର ବାରବାଙ୍କୀରେ ସ୍କୁଲ ବାଲକୋନୀ ଭୁଶୁଡିବାରୁ ୪୦ରୁ ଅଧିକ ପିଲା ଆହତ ହୋଇଛନ୍ତି । ସମସ୍ତ ଆହତ ଛାତ୍ରଙ୍କ ଅବସ୍ଥା ସ୍ଥିର ରହିଛି । ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ଏସପି ଦିନେଶ କୁମାର ସିଂ ସହିତ ସମସ୍ତ ପୋଲିସ ଟିମ୍‌ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି ।

ପୋଲିସ ଏବଂ ଅନ୍ୟ ଲୋକ ସହାୟତା ଏବଂ ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣା ପରେ ସ୍କୁଲର ପ୍ରବନ୍ଧକ ଫେରାର ହୋଇଯାଇଛନ୍ତି ।

ସ୍କୁଲ ବାରବାଙ୍କୀର ଜହାଙ୍ଗୀରବାଦରେ ରହିଛି । ପିଲାମାନେ ପ୍ରାର୍ଥନା କରିବା ପାଇଁ ଏକତ୍ରିତ ହୋଇଥିଲେ । ଏହି ସମୟରେ ବାଲକୋନୀ ଭୁଶୁଡିବା ଯୋଗୁଁ ୪୦ ପିଲା ଆହତ ହୋଇଥିଲେ । ଆହତ ହୋଇଥିବା ଅଧିକାଂଶ ପିଲାଙ୍କ ମଧ୍ୟରେ ସାମାନ୍ୟ ଆଘାତ ଲାଗିଛି । ଏତେ ସଂଖ୍ୟାରେ ପିଲାମାନେ ଆହତ ହୋଇଥିବା ଯୋଗୁଁ ହସପିଟାଲରେ ମଧ୍ୟ ଦୌଡ ଧାପଡ ସ୍ଥିତି ଦେଖିବାକୁ ମିଳିଥିଲା । କିଛି ପିଲାଙ୍କୁ ଚେୟାରରେ ବସି ଚିକିତ୍ସା କରାଯାଇଥିଲା ।

ତେବେ ଆହତ ହୋଇଥିବା ପିଲାମାନଙ୍କ ସୂଚନା ଫୋନ ମାଧ୍ୟମରେ ପରିବାର ଲୋକଙ୍କୁ ଦିଆଯାଇଥିଲା । ଘଟଣା ପରେ ସ୍କୁଲର ସଂଚାଳକ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣା ସ୍ଥଳରେ ଯାଞ୍ଚ ଆରମ୍ଭ କରୁଛି । ପିଲାଙ୍କ ଅଭିଭାବକ ସ୍କୁଲ ମ୍ୟାନେଜମେଣ୍ଟ ଉପରେ ଦୋଷାରୋପ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button