ରୋଷେଇ ଘରେ ତାୱା ଓ କଢେଇକୁ ଏମିତି ରଖି ଦିଅନ୍ତୁ…ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଯିବେ…

ବନ୍ଧୁଗଣ ଘରର ସମସ୍ତ ସ୍ଥାନ ମଧ୍ୟରୁ ଘରର କିଛି ପ୍ରମୁଖ ସ୍ଥାନ ମଧ୍ୟରେ ରୋଷେଇ ଘର ରହିଛି । ତକାରଣ ଏହି ଘରେ ମାତା ଅର୍ଣ୍ଣପୂର୍ଣ୍ଣାଙ୍କର ବାସ ହୋଇଥାଏ ବୋଲି କୁହାଯାଇଥାଏ । ତେଣୁ ରୋଷେଇ ଘରକୁ ସଠିକ ବାସ୍ତୁ ନିୟମ ଅନୁଯାଇ ତିଆରି କରାଯିବା ଠାରୁ ନେଇକି ରୋଷେଇ ଘରେ କେଉଁଠି କେଉଁ ଜିନିଷ ସବୁ ରଖାଯିବ ସେହି କଥା ଉପରେ ମଧ୍ୟ ଅବଶ୍ୟ ଧ୍ୟାନ ଦେବାକୁ ପଡିଥାଏ । ନଚେତ ମାତା ଅର୍ଣ୍ଣପୂର୍ଣ୍ଣା ରୁଷ୍ଠ ହୋଇଯାଇଥାନ୍ତି ।
ତେବେ ବନ୍ଧୁଗଣ ରୋଷେଇ ଘରର ବାସନକୁସନ ମଧ୍ୟରେ ତାୱା ଓ କଢେଇ ଏହି 2 ଟି ଜିନିଷ ରାହୁଙ୍କର ପ୍ରତିନିଧିତ୍ଵ କରିଥାନ୍ତି । ଅନେକ ଲୋକମାନଙ୍କର ମନରେ ଦ୍ୱନ୍ଦ ଆସେ ଯେ ତାୱା ଓ କଢେଇ କୁ ସିଧା ରଖିବା ନା ଓଲଟା ରଖାଯିବା ଉଚିତ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ରୋଷେଇ ଘର ସମ୍ବନ୍ଧୀୟ ଏଭଳି କିଛି ନିୟମ ଯାହା ଠିକ ଭାବେ ପାଳନ କରିଲେ । ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
1- ପ୍ରଥମତଃ ରୋଷେଇ ଘର ହେଉଛି ମାତାଲଷ୍ମୀଙ୍କର ବାସସ୍ଥାନ । ତେଣୁ ଏହି ସ୍ଥାନକୁ ସର୍ବଦା ପରିଷ୍କାର ପରିଛନ୍ନ ରଖନ୍ତୁ । ରାତି ଖାଇବା ଖାଇସାରିଲା ପରେ ସେଇ ଅଇଁଠା ବାସନ କୁ ଶୋଇବା ପୂର୍ବରୁ ସଫା କରିଦିଅନ୍ତୁ । ଆଳସ୍ୟ ଯାଗୁଁ ଅନେକ ଲୋକ ଅଇଁଠା ବାସନକୁ ସକାଳ ପଯ୍ୟନ୍ତ ନଧୋଇ ରଖିଦିଅନ୍ତି । ଯାହାକି ବାସ୍ତୁ ହିସାବରେ ଅନୁଚିତ ଅଟେ । ତେଣୁ ଆପଣ ରାତି ବାସନ ସକାଳ ପର୍ଯ୍ୟନ୍ତ ରଖନ୍ତୁ ନାହିଁ । ବିଶେଷକରି ତାୱା ଓ କଢେ଼ଇକୁ ନ ଧୋଇ ସକାଳ ପର୍ଯ୍ୟନ୍ତ ଛାଡିବା ଉଚିତ ନୁହେଁ ।
3- ତୃତୀୟତଃ ଘରେ ଯେତେବେଳେ ତାୱାର ବ୍ୟବହାର କରାଯାଉ ନଥିବ । ସେତେବେଳେ ତାୱାକୁ ଘୋଡାଇ ରଖନ୍ତୁ ଏବଂ ଖାଇବା ରନ୍ଧା ପରେ ତାୱାକୁ ସେମିତି ଖୋଲାରେ ରଖନ୍ତୁ ନାହିଁ । କଢେ଼ଇ ଓ ତାୱାକୁ ଆପଣଙ୍କ ଚୁଲାର ଡାହାଣ ପଟେ ରଖନ୍ତୁ । ଏହି ଦୁଇ ବସ୍ତୁକୁ କେବେହେଲେ ସିଧା ରଖିବା ଓ ଅଇଁଠା କରିବା ଉଚିତ ନୁହେଁ । ବାସନ ଧୋଇବା ବେଳେ ତାୱା ଓ କଢେଇ ଉପରେ ଅନ୍ୟ ଅଇଁଠା ବାସନ ମଧ୍ୟ ରଖନ୍ତୁ ନାହିଁ ।