ଦେଶ- ବିଦେଶ

ଭୀମ ଆର୍ମୀର ମୁଖିୟା ରାବଣର ବଡ ବୟାନ, ‘ପୁଲୱାମାରେ ସୈନିକମାନଙ୍କର ଉପରେ କରାଯାଇଥିବା ମିଥ୍ୟା ଆକ୍ରମଣ ଏବଂ ଏଥିରେ…’

ପୁଲୱାମାରେ ଆକ୍ରମଣ ପରେ ଯେଉଁଠି ଗୋଟିଏ ପଟେ ପୁରା ଦେଶ ଆକ୍ରୋଶରେ ଅଛନ୍ତି, ତେବ ଅନ୍ୟ ପଟେ କିଛି ଲୋକମାନେ ଏହି ଘଟଣା ଉପରେ ରାଜନୀତି କରୁଛନ୍ତି । ଏହି ସମୟରେ ଭୀମ ଆର୍ମୀର ସଂସ୍ଥାପକ ଚନ୍ଦ୍ରଶେଖର ରାବଣ ପୁଲୱାମା ଆକ୍ରମଣକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଭୀମ ଆର୍ମୀର ମୁଖିୟା ଚନ୍ଦ୍ରଶେଖର ରାବଣ ପୁଲୱାମାକୁ ନେଇ କଂଗ୍ରେସ ଏବଂ ବିଜେପି ଉପରେ ପ୍ରହାର କରିଛନ୍ତି । ତେବେ ଚଲାନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ?

ରୁଡକୀର ବହୁଜନ ମହାସମ୍ମେଲନକୁ ସମ୍ବୋଧିତ କରି ଭୀମ ଆର୍ମୀର ସଂସ୍ଥାପକ ଚନ୍ଦ୍ରଶେଖର ରାବଣ କହିଛନ୍ତି କି ସୈନିକମାନଙ୍କ ଉପରେ ମିଥ୍ୟା ଆତଙ୍କବାଦୀ ଆକ୍ରମଣ କରା ଯାଇଛି । ଏବଂ ଏହାର ଅନେକ ପ୍ରମାଣ ଅଛି । ଯାହାକୁ କଂଗ୍ରେସ ଏବଂ ବିଜେପି ମିଶି କରିଛନ୍ତି, ଯାହାଦ୍ୱାରା ତାଙ୍କୁ ଲୋକସଭାରେ ଲାଭ ମିଳି ପାରିବ ।

ଚନ୍ଦ୍ରଶେଖର କହିଛନ୍ତି କି ଏହାର ଦଣ୍ଡ ପୁରା କାଶ୍ମୀରକୁ ମିଳିବା ଦରକାର ନାହିଁ, କିନ୍ତୁ ତାଙ୍କୁ ଏହାର ଦଣ୍ଡ ମିଳୁଛି, ଯାହାକି ପୂରାପୂରି ଭୁଲ ଅଟେ ।

ଚେତାବନୀ ପରେ ବି କାହିଁକି କରାଗଲା ନାହିଁ ସାବଧାନୀ ?

ଚନ୍ଦ୍ରଶେଖରଙ୍କର ଗୋଟିଏ ପ୍ରଶ୍ନ ପଚାରିଲେ କି ସବୁ ଇନ୍ଟେଲିଜେନ୍ସର ଚେତାବନୀ ପରେ ବି ସୈନିକମାନଙ୍କ ପାଖରେ ୩୫୦ କିଲୋର ଆଇଇଡି କେମିତି ପହଞ୍ଚିଲା ? ଏହି କଥାର ପ୍ରମାଣ ଅଛି କି କଂଗ୍ରେସ ଏବଂ ବିଜେପି ନିଜର ରାଜନୀତି ଲାଭ ଉଠାଇବା ପାଇଁ ସୈନିକ ମାନଙ୍କ ଉପରେ ମିଥ୍ୟା ଆତଙ୍କବାଦୀ ଆକ୍ରମଣ କରିଥିଲେ ।

କହିଦେଉଛୁ ଯେ ଭୀମ ଆର୍ମୀର ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଉପସ୍ଥିତ ଥିଲେ, ଯେଉଁଠି ସେ ଏହିଭଳି ଲଜ୍ୟାଜନକ ବୟାନ ଦେଇଛନ୍ତି । ଏହି ବୟାନ ଆସିବା ପରେ ଲୋକମାନେ ଚନ୍ଦ୍ରଶେଖରଙ୍କୁ ବହୁତ ଟ୍ରୋଲ କରୁଛନ୍ତି ।

ସହିଦଙ୍କ ଉପରେ ରାଜନୀତିର ଲଗାଇଲେ ଆରୋପ

ଜନତାଙ୍କୁ ସମ୍ବୋଧିତ କରି ଚନ୍ଦ୍ରଶେଖର କଂଗ୍ରେସ ଏବଂ ବିଜେପି ଉପରେ ସହିଦଙ୍କ ଉପରେ ରାଜନୀତି କରୁଥିବାର ଆରୋପ ଲଗାଇ ଛନ୍ତି । ଏହା ସହିତ କହିଛନ୍ତି କି ବିଜେପି ଉପରେ ଆରୋପ ଲଗାଇଛନ୍ତି କି ଯଦି ସେ ଚାହିଁଥାନ୍ତେ ତେବେ ଏହି ଆକ୍ରମଣକୁ ଅଟକାଇ ପାରିଥାନ୍ତେ । କାରଣ ଆମେରିକା ଏଜେଂସିମାନେ ଗୋଟିଏ ମାସ ପୂର୍ବରୁ ହିଁ ଏହି ଆକ୍ରମଣର ସୂଚନା ଦେଇ ସାରିଥିଲେ, କିନ୍ତୁ କଂଗ୍ରେସ ଏବଂ ବିଜେପି ନିଜର ରାଜନୀତି ଲାଭ ପାଈଁ ମିଥ୍ୟା ଆତଙ୍କବଦୀ ଆକ୍ରମଣ କରିବାକୁ ଜରୁରୀ ଭାବିଥିଲେ, କିନ୍ତୁ ଆମେ ଏହାକୁ ବିରୋଧ କରିବୁ ।

ଦେଶକୁ ଚଳାଇବା ବି ଜାଣିଛୁ ଆମେ

ଚନ୍ଦ୍ରଶେଖର ଆଗକୁ କହିଲେ କି ଆମେ ୨ ଏପ୍ରିଲକୁ ଭାରତ ବନ୍ଦ କରିବା ଯାଉଛୁ, କିନ୍ତୁ ଭାରତକୁ ଚଳାଇବା ବି ଜାଣିଛୁ । କିନ୍ତୁ କାହାକୁ ରାଜନୀତି ଲାଭ ମିଳିବ ନାହିଁ । ଏହି ସମୟରେ ଚନ୍ଦ୍ରଶେଖର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବି ଉପରେ ବର୍ଷିବାର ନଜର ଆସିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button