ଦେଶ- ବିଦେଶ

ହାଇୱେ କାମ ବେଳେ ଖସିଲା ଜିରିଡର ଲଞ୍ଚ ମେସିନ, ଅକାଳରେ ଚାଲିଗଲା 16 ଜଣ ଶ୍ରମିକଙ୍କ ଜୀବନ

ନମସ୍କାର ବନ୍ଧୁଗଣ । ସୂଚନା ମୁତବକ ଶ୍ରମିକଙ୍କ  ଖସି  ପଡିଲା କ୍ରେନ୍ ଏବଂ ଅକାଳରେ ଚାଲିଗଲା 16 ଜଣ ବ୍ୟକ୍ତିଙ୍କ ଜୀବନରେ । ସତରେ ମରଣ କେବେ କାହାରି ପାଖକୁ ଆସେ ତାହା କେହି କହିପାରିବା ନାହିଁ । କାମ କରିବାକୁ ଯାଇଥିଲେ ଶ୍ରମିକମାନେ ମାତ୍ର ଘରକୁ ଫେରିଲା ତାଙ୍କ ମୃତ ଶରୀର ଯାହା ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କୁ ଦୁଃଖର ସମୁଦ୍ରରେ ବୁଢାଇଦେଇଛି ।

କାମ କରିବା ବେଳେ ଏଭକି ଦୁର୍ଘଟଣା ଘଟିବ ବୋଲି କେହି ଭାବି ନ ଥିଲେ କିନ୍ତୁ ଘଟିଗଲା ଭୟଙ୍କର ଦୁର୍ଘଟଣା ଯାହା ଅକାଳରେ ନେଇଗଲା 16 ଜଣଙ୍କର ଜୀବନକୁ । ସୂଚନା ଅନୁଯାୟୀ  ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟର ସାହା ପୁରରେ  ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ଭୟଙ୍କର ଅଭାବନୀୟ ଘଟଣା ଟି ଘଟିଯାଇଛି ।

ଏବେ ବି ତା ତଳେ ପାଞ୍ଚ ଜଣଲୋକ ଦବିଯାଇଥିବା ସୂଚନା ମିଳିଛି । ସେମାନଙ୍କ ଭିତରୁ 13 ଜଣକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ବର୍ତ୍ତୀ କରାଯାଇଛି ।  ସୂଚନା ଅନୁସାରେ ଶ୍ରମିକମାନେ ଥାନେ ର ସାହାପୁର ନିକଟରେ ସମବୃଦ୍ଧି ଏକ୍ସପ୍ରେସ୍ସ ହାଇୱେ ନିଯୋଜିତ ଥିଲେ । ତେବେ କାମ କରୁଥିବା ବେଳେ କ୍ରେନ୍ ରେ କୋଣସି ବଡ ଜିନିଷ ଉଠାଉଥିବା ବେଳେ ଏହି ଦୁର୍ଘଟଣା ଟି ଘଟିଥିବା ସୂଚନା ଦିଆଯାଇଛି ।

ଜଣେ ଶ୍ରମିକଙ୍କ କହିବା ମୁତାବକ ଗତକାଲି ରାତି 11 ଟା ବେଳକୁ କିଛି କାମ ବାକିଥିବାରୁ କାମ ଚାଲିଥିଲା ଏବଂ ସମସ୍ତେ କାମ କରୁଥିଲେ ତେବେ ଅଚାନକ ଶବ୍ଦ ହେବାକୁ ତଳ ଯାଇ ଦେଖିଲା  ବେଳକୁ ଜିରିଡର ଲଞ୍ଚ॰ ମେସିନ ଖସିକି ପଡିଗଲା ଏବଂ ଯାହା ଫଳରେ ତଳେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ତାହା ପଡି ଘଟଣା ସ୍ଥଳରେ 16 ଜଣ ଲୋକେ ଆଖି ବୁଝିଥିଲେ ।

ତେବେ ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇ ଥିଲେ । ତେବେ ବଡ ବ୍ରିଜ ଭିତରେ ସଂଯୋଗ ହୋଇଥିବା ସ୍ଲାପ କୁ ଉଠାଇବା କାମରେ  ଜିରିଡର ଲଞ୍ଚ॰ ମେସିନ ବ୍ୟବହାର ହୋଇଥାଏ କିନ୍ତୁ ସେହିସମୟର୍ରେ ଘଟିଗଲା ଅଘଟଣ । ତେବେ ଘଟଣା ସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିବା ସୂଚନା ମିଳିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button