ରାଜ୍ୟର ୧୪ ଜିଲ୍ଲାକୁ ଭୂକମ୍ପ ଭୟ: ଗଜପତିରେ ୧୨୯ ଭୁସ୍ଖଳନ ପ୍ରବଣ ଅଞ୍ଚଳ
ଭୁବନେଶ୍ବର: ରାଜ୍ୟର ୧୪ ଜିଲ୍ଲାକୁ ଭୂକମ୍ପ ଭୟ ରହିଛି। ସେହିପରି ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ଗଜପତିରେ ଅଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ ରହିଛି। ଗଜପତିରେ ୧୨୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଅଛି। ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲିଖିତ ଭାବେ ଏଭଳି ଉତ୍ତର ରଖିଛନ୍ତି ।
ଭୁସ୍କଳନକୁ ହ୍ରାସ ପାଇଁ ବିଭିନ୍ନ ବିଭାଗ, ପାଣିପାଗ ନିର୍ଦ୍ଦେଶାଳୟ, ଅମୃତା ବିଶ୍ୱ ବିଦ୍ୟା ପୀଠ,କେରଳ ମଧ୍ୟରେ ଲଗାତାର ସମନ୍ୱୟ ବୈଠକ ବସୁଛି । ଅଧିକ ସର୍ଭେ ପାଇଁ ଓସଡ଼ମା ଏବଂ ଅମୃତା ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ୱକ୍ଷର ହୋଇଛି । ସେହିପରି ରାଜ୍ୟର ୧୪ ଜିଲ୍ଲା ଜୋନ-୩ଭୂକମ୍ପ ଅଞ୍ଚଳରେ ଆସୁଛି।
ଜୋନ-୩ ଭୂମିକମ୍ପ ଅଞ୍ଚଳରେ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ଼, ବାଲେଶ୍ଵର, ମୟୂରଭଞ୍ଜ ଆଦି ଜିଲ୍ଲା ଆସୁଛି । ତେବେ ରାଜ୍ୟ ସରକାର ଏନେଇ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରୁଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।