ରାଜ୍ୟ

ରେଳ ଧାରଣାରୁ ମହିଳାଙ୍କ ମୁଣ୍ଡ କଟା ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଡୁଡୁକା କଲେଜ ପଛ ପଟ ରେଳ ଧାରଣାରୁ ମହିଳାଙ୍କ ମୁଣ୍ଡ କଟା ମୃତଦେହ ଉଦ୍ଧାର । ମୃତକ ମହିଳା ଜଣକ କେନ୍ଦାଯୋର ଗାଁର ବୋଲି ସୂଚନା ମିଳିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।

କିନ୍ତୁ ମୃତଦେହ ନିକଟରେ ରଶି ଖଣ୍ଡେ ପଡ଼ିଥିବାରୁ କେହି ହତ୍ୟା ପରେ ବାନ୍ଧି ଆଣି ଆତ୍ମହତ୍ୟାର ରୂପ ଦେବା ପାଇଁ ରେଳ ଧାରଣାରେ ପକେଇ ଦେଇଥିବା ସନ୍ଦେହ କରାଯାଉଛି ।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button