ରାଜ୍ୟ

ବାଂଲାଦେଶରୁ ଓଡ଼ିଶା-ଦିଲ୍ଲୀକୁ ଲମ୍ବିଛି ସିମ୍ ବକ୍ସ ଚେର, ଖୋଲୁଛି ପାକିସ୍ତାନ ଓ ଚୀନ ଆତଙ୍କୀ ଲିଙ୍କ

ଭୁବନେଶ୍ୱର : ବାଂଲାଦେଶରୁ ଓଡ଼ିଶା । ଖୋଲୁଛି ଆତଙ୍କୀ ଲିଙ୍କ । ବେଆଇନ ସିମ ବକ୍ସର ଦିଲ୍ଲୀକୁ ଲମ୍ବିଛି ଚେର । ଟେରର ସିମ୍ ବକ୍ସ କୁ ନେଇ କଳିଙ୍ଗ ଟିଭି ହାତରେ ଲାଗିଛି ଏକ୍ସକ୍ଲୁସିଭି ତଥ୍ୟ। ଭୁବନେଶ୍ୱର କଟକ ପରେ ତଦନ୍ତ ପାଇଁ ଦିଲ୍ଲୀକୁ ଯିବ କମିଶନରେଟ ପୋଲିସ। ସେଠାରେ ରହିଛି ଆଉ ଏକ ସିମ୍ ବକ୍ସ ସେଟ୍ ଅପ୍। ଅଭିଯୁକ୍ତ ରାଜୁ ମଣ୍ଡଳକୁ ମାରାଥନ ଜେରା ପରେ ମିଳିଛି ଅନେକ ସୁରାକ ।

ମାଷ୍ଟରମାଇଣ୍ଡ ବାଂଲାଦେଶୀ ଅସଦ୍ଦୁର ଜମାନ ପାକିସ୍ତାନ ISI ଓ ଚୀନ ଗୁପ୍ତଚର ସଂସ୍ଥା ପାଇଁ କାମ କରୁଥିଲା । ଦୁବାଇର ଦାଉଦ ଗ୍ୟାଙ୍ଗରୁ କଲ ଆସୁଥିବା ବୋଲି ସୂଚନା ମିଳିଛି । ଜମାନର ରାଜୁ ଭଳି ପ୍ରାୟ୨୫ ଅପରେଟିଭ ଓଡ଼ିଶା ସମେତ ସାରା ଭାରତରେ ରହିଥିବା କୁହାଯାଉଛି । ରାଜୁ ଏକାଧିକ ଥର ବାଂଲାଦେଶ ଯାଇଛି। ସେ ମାସକୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ହୱାଲାରେ ପାଏ ।

ତାର ରହିବା, ଖାଇବା, ଘର ଭଡ଼ା, ଟ୍ରାଭେଲ୍ ସବୁ ଅସଦ୍ଦୁର୍ ଜମାନ୍ ଦେଉଥିଲା। ଆଜି ରିମାଣ୍ଡର ଦ୍ବିତୀୟ ଦିନରେ ତାକୁ ମାରାଥନ ଜେରା କରାଯାଉଛି । ଗତକାଲି ରାଜୁ ମଣ୍ଡଳକୁ କଟକ ମଧୁପାଟଣାକୁ ନେଇ ଖୋଳତାଡ଼ କରିଥିଲା ପୋଲିସ । କଟକର ମଧୁପାଟଣା ଅଞ୍ଚଳରୁ ୫ଟି ଆକ୍ଟିଭ ସିମ ବକ୍ସ ସହ ୨୩୬ଟି କାର୍ଯ୍ୟକ୍ଷମ ସିମ୍ , ୩୧୦ଟି ଅବ୍ୟବହୃତ ସିମ, ଗୋଟିଏ ମୋଡେମ ଜବତ ହୋଇଛି।

ସିମବକ୍ସକୁ ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଅପରାଧ ନା ଫେକ ଟେଲିଫୋନ ଏକ୍ସଚେଞ୍ଜ କାମରେ ଲଗାଯାଇଥିଲା ସ୍ବତନ୍ତ୍ର ଟିମ ତାର ତଦନ୍ତ କରିବ। ଭୁବନେଶ୍ବର ଝାରପଡ଼ା ଅଞ୍ଚଳରୁ ଠାବ ହୋଇଥିବା ବେଆଇନ ସିମ ବକ୍ସକୁ ବେଆଇନ ଭାବେ ଦେଶ ବାହାରୁ ଅଣାଯାଇଥିଲା । ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟରୁ ଆସୁଥିବା କଲକୁ ଡାଇଭର୍ଟ କରି ଦେଶର ବିଭିନ୍ନ ସ୍ଥାନକୁ ଫରୱାର୍ଡ କରାଯାଉଥିଲା। କିଛି ଫୋନ କଲ ଓଡ଼ିଶାରୁ ଅନ୍ୟ ରାଜ୍ୟଙ୍କୁ ମଧ୍ୟ କରାଯାଉଥିଲା ବୋଲି ଜଣାପଡ଼ିଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button