ରାଜ୍ୟ

।କଇଁଚି ଭୁଷି ଟେଲରଙ୍କୁ ହତ୍ୟା

ନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ଗାଁରେ ଜଣେ ବ୍ୟକ୍ତିଙ୍କୁ କଇଁଚି ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ମଧୁସୂଦନ ନାୟକ। ସେ ଜଣେ ଟେଲର ଥିଲେ। ବଅଁରପାଳ କଲେଜ ନିକଟରେ ତାଙ୍କର ଏକ ଦୋକାନ ଥିଲା।

ସୂଚନା ଅନୁଯାୟୀ, ଆଜି ଦ୍ୱିପ୍ରହରେ ମଧୁସୂଦନ ଓ ଜଣେ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା।

ଏହି ସମୟରେ ଉତକ୍ଷିପ୍ତ ହୋଇ ସେହି ଯୁବକ ଜଣଙ୍କ ତାଙ୍କୁ କଇଁଚିରେ ଭୁଷି ଦେଇଥିଲେ।

ମଧୁସୂଦନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button