ରାଜ୍ୟ

ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ

ଟ୍ଟାମୁଣ୍ଡାଇ: ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ୨ ଶିଶୁ। ୧୧ ବର୍ଷୀୟା ଝିଅ ସହ ୯ ବର୍ଷ ବାଳକର ମୃତ୍ୟୁ ହୋଇଥିବା ସୂଚନା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ।

ଗ୍ରାମବାସୀଙ୍କ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ସୂଚନ ଅନୁସାରେ ଆଜି ସକାଳେ ବାପା-ମା’ ବାହାରେ କୌଣସି କାମ କରୁଥିବା ବେଳେ ଭାଇଭଉଣୀ ଘରେ ଥିଲେ।

ଏହି ସମୟରେ ଘରେ ନିଆଁ ଲାଗିଯାଇଥିଲା। ଭାଇଭଉଣୀଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା।

ସେତେବେଳକୁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଘରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନଥିବା ବେଳେ ଗ୍ୟାସ ଫାଟି ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button